Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ନିଜ ଅସୁସ୍ଥତା କଷ୍ଟକୁ ଚାପି ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବୁଝାଉଛନ୍ତି ତହସିଲଦାର, ଲୋକେ କହିଲେ ବାବୁ ସାବାସ୍‌

10/04/2020 at 4:51 PM

ସାନଖେମୁଣ୍ଡି୧୦/୪: ଅସୁସ୍ଥତା ଠାରୁ କର୍ତ୍ତବ୍ୟ ବଡ। ସେଥିରେ ପୁଣି ମାନବିକତା ମିଶିଗଲେ, ସେ କାର୍ଯ୍ୟ ମହାନ। ଏପରି ମହାନତା ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ତହସିଲଦାର। ନିଜେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ସେ ସାଧାରଣ ଲୋକଙ୍କ ମଧ୍ୟରେ ବାଣ୍ଟିଛନ୍ତି ସ୍ବାସ୍ଥ୍ୟ ସଚେତନତାର ବାର୍ତ୍ତା। ନିଜ ଅସୁସ୍ଥତାକୁ ଖାତିର ନ କରି କରୋନାରୁ କିପରି ଲୋକମାନେ ସୁରକ୍ଷିତ ରହିବେ, ସେଥିପାଇଁ ଗାଁ ବୁଲି ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। କାରଣ ତହସିଲଦାର ଆଦିତ୍ୟ ସ୍ୱାଇଁ ନିଜେ କ୍ୟାନସର ରୋଗରେ ପୀଡ଼ିତ। ତେଣୁ ଅସୁସ୍ଥତା ତହସିଲଦାରଙ୍କ ଏଭଳି ମହତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏହି ସମୟରେ ନିଜ ଦେହରେ ଯତ୍ନ ନେବା ବଦଳରେ ସେ ଲୋକମାନଙ୍କୁ ସଚେତନ କରିବା ନିଶ୍ଚିତ ସ୍ବାଗତଯୋଗ୍ୟ ବୋଲି ସ୍ଥାନୀୟ କିଛି ବୟସ୍କ ଲୋକ କହିଛନ୍ତି।

ଦିଗପହଣ୍ଡି ବ୍ଲକର ତହସିଲଦାର ଆଦିତ୍ୟ ସ୍ୱାଇଁ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। କେବଳ ଗୋଟିଏ ଜାଗା ନୁହେଁ ଦିଗପହଣ୍ଡି ତହସିଲଦାର ବିଭିନ୍ନ ଗାଁ ବୁଲି ଲୋକମାନଙ୍କୁ ସଚେତନତା କରୁଛନ୍ତି।

୨୦୧୧ ମସିହାରୁ କର୍କଟ ରୋଗରେ ଆକ୍ରାନ୍ତ ଥିବା ଆଦିତ୍ୟଙ୍କର ବିରଳ ଅ​ସ୍ତ୍ରୋପଚାର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେ ମେଡ଼ିସିନ ଖାଉଛନ୍ତି। ଏହା ସତ୍ତ୍ବେ କରୋନା ଭୟ ଜନିତ ଆପାତକାଳରେ ତାଙ୍କର ଏହି ଭଳି ନିଷ୍ଠାପର କାର୍ଯ୍ୟକୁ ସାଧାରଣରେ ଲୋକେ ଓ ତହସିଲ କର୍ମଚାରୀ ପ୍ରଶଂସା କରିଛନ୍ତି।

   Related Posts