ଆଙ୍ଗୁଠି ଭିତରେ ଅଜଗର ଦାନ୍ତ: ୨୦ ମାସ ପରେ ବାହାରିଲା

Published By : Prameya-News7 Bureau | February 04, 2020 IST

ଭୁବନେଶ୍ବର୪/୨: ମଣିଷ ଆଙ୍ଗୁଳିରେ ଅଜଗର ଦାନ୍ତ। କିଛି ସମୟ କିମ୍ବା କିଛି ଦିନ ନୁହେଁ ମାସ ମାସଧରି ଜଣେ ଲୋକଙ୍କ ଆଙ୍ଗୁଠିରେ ପଶି ରହିଥିଲା ଅଜଗର ସାପର ଦାନ୍ତ। ଏପରି ଏକ ଅବିଶ୍ବାସନୀୟ ଘଟଣା ଘଟିଛି ଖୋର୍ଦ୍ଧାରେ।  ୨୦ ମାସ ପରେ ଜଣେ ବ୍ୟକ୍ତିଙ୍କ  ହାତ ଆଙ୍ଗୁଳିରୁ ବାହାରିଛି ଏହି ଅଜଗର ଦାନ୍ତ।  ତାଙ୍କ ଆଙ୍ଗୁଳିକୁ ପ୍ରାୟ ଦେଢ଼ ବର୍ଷ ତଳେ ଅଜଗର ସାପ କାମୁଡ଼ି ଦେଇଥିଲା ।

ସେହି ଦିନଠୁ ତାଙ୍କ  ଆଙ୍ଗୁଳିରେ ଅଜଗର ଦାନ୍ତ ରହିଯାଇଥିଲା। ହେଲେ ଅଜଗର କାମୁଡ଼ା ଖାଇଥିବା ବ୍ୟକ୍ତି  ଏ ସଂପର୍କରେ ଜାଣି ପାରି ନଥିଲେ। ସୋମବାର ସେ ବାସନ ମାଜିବା ବେଳେ ସ୍କ୍ରବରେ ଘଷି ହୋଇ ଅଜଗର ଦାନ୍ତ ବାହାରି ଆସିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସ୍ନେକ ହେଲପ ଲାଇନର ସଂପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବେତନିକ ବନ୍ୟାପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ।

୨୦୧୮ ମସିହା ମେ ତାରିଖରେ ଓୟୁଏଟିରେ ଭେଟେରେନାରୀ କଲେଜରେ ଚିକିତ୍ସାଧୀନ ଏକ ଅଜଗର ଶୁଭେନ୍ଦୁଙ୍କୁ କାମୁଡ଼ି ଦେଇଥିଲା।  ସେଠାରେ ଉପସ୍ଥିତ ଥିବା ଡାକ୍ତର ବିଶ୍ବଜିତ ଜେନା ତାଙ୍କର ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦେଇଥିଲେ। କିନ୍ତୁ ଆଙ୍ଗୁଳି ଟିପରେ ଅଜଗର ଦାନ୍ତ ରହିବା କଥା କେହି ଜାଣି ପାରି ନଥିଲେ। ଶୁଭେନ୍ଦୁଙ୍କ କହିବା କଥା ତାଙ୍କ ଆଙ୍ଗୁଳି ଟିପ ଦରଜ ଲାଗୁଥିଲା।

ସୂଚନାଥାଉକି ଉକ୍ତ ଅଜଗର ସାପଟିକୁ କେନ୍ଦୁଝର ଜିଲ୍ଳା ଆନନ୍ଦପୁର ବନଖଣ୍ଡରୁ ମୃତପ୍ରାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨୦୧୩ ମସିହା ସେପ୍ଟେମ୍ବର ୨୩ ତାରିଖରେ ଅଜଗର ଚିକିତ୍ସା ପାଇଁ ଓୟୁଏଟିକୁ ଅଣାଯାଇଥିଲା।  ଏହି ଘାଇଲା ଅଜଗରର ସିଟି ସ୍କାନ ହୋଇଥିଲା। ଏହି ଘଟଣା  ସାରା ଦେଶରେ ଚଳହ ପକାଇ ଦେଇଥିଲା। ଦୀର୍ଘ ୧୦ ମାସ  ପରେ ଅଜଗର ସାପଟି ସୁସ୍ଥ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.