Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆମେ ନେବୁନି କରୋନା ଟିକା, ସାପ ଦେଖାଇ ଡାକ୍ତରୀ ଟିମ୍କୁ ଡରାଇଲେ ମହିଳା ….

16/10/2021 at 3:33 PM

ନୂଆଦିଲ୍ଲୀ ୧୬।୧୦ ମହାମାରୀ କରୋନା ରୋକିବାକୁ ସରକାର ମାଗଣାରେ ଟିକା କରଣ ଅଭିଯାନ ଚଳାଇଥିଲେ । କିନ୍ତୁ କିଛି ଲୋକ  ଟିକା ନନେବା ପାଇଁ ବାରଣ କରୁଛନ୍ତି । ଏହାରି ମଧ୍ୟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଯାହାକି ଟିକା ନ ପାଇବା ପାଇଁ ମଧ୍ୟ ସେମାନେ ସାପ ଦେଖାଇ ଡାକ୍ତରୀଙ୍କ ଦଳକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ଏହି ମାମଲା ରାଜସ୍ଥାନର ଅଜମେର ଜିଲ୍ଲା ଏଭଳି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି । ଲୋକଙ୍କ କରୋନା ଟୀକାକରଣ ପାଇଁ ଏଠାରେ ମେଡିକାଲ ବିଭାଗ ଦ୍ୱାରା ଏକ ଅଭିଯାନ ଚାଲିଛି। ଏହି ବିଭାଗୀୟ ଦଳମାନେ ଘର ଘର ଦ୍ୱାରକୁ ଯାଇ ଲୋକଙ୍କୁ ଟୀକାକରଣ ବିଷୟରେ ଅବଗତ କରାଉଛନ୍ତି ଏବଂ ଟିକା ଉପଲବ୍ଧତା ଆଧାରରେ ଟୀକାକରଣ ମଧ୍ୟ କରାଯାଉଛି।

ଯେତେବେଳେ ଡାକ୍ତରୀ ବିଭାଗର ଟିମ୍ ପିସଙ୍ଗାନ ସବଡିଭିଜନ୍ ଅଞ୍ଚଳର ନାଗେଲାଭ ଗ୍ରାମର ଏକ ବସ୍ତିରେ ପହଞ୍ଚିଥିଲେ, ସେତେବେଳେ ମହିଳା ସାପ ଦେଖାଇ ତାଙ୍କୁ ଭୟଭୀତ କରିବା ଆରମ୍ଭ କରିଥିଲେ। ମହିଳା ଟିକା ନେବାକୁ ମନା କରିଦେଇଥିଲେ। ଚିକିତ୍ସା ବିଭାଗର ଅଧିକାରୀଙ୍କ କହିବାନୁସାରେ, ଟୀକାକରଣର ୧୦୦ ପ୍ରତିଶତ ହାସଲ କରିବା ଲକ୍ଷ୍ୟରେ ଟୀକାକରଣ ଅଭିଯାନ ଚାଲିଛି। ନାଗେଲାଭ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡକ୍ଟର ଚାରୁଙ୍କ ନିର୍ଦ୍ଦେଶରେ ଡାକ୍ତରୀ ଦଳ କଲବେଲିଆ ଶିବିରରେ ପହଞ୍ଚିଥିଲେ। ବହୁ ପ୍ରବର୍ତ୍ତାଇବା ପରେ, ଏହି ମହିଳା ଜଣକ ଟିକା ନେବାକୁ ରାଜି ହୋଇଥିଲେ, ଏହା ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଟିକା ଦିଆଯାଇଥିଲା।

   Related Posts