ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠି ବିକୁଥିଲେ ଚା, ବଡନଗର ଷ୍ଟେସନର ସେହି ଦୋକାନ ହେବ ଏବେ ପର୍ଯ୍ୟଟନସ୍ଥଳ

Published By : Prameya-News7 Bureau | September 03, 2019 IST

ଅହମ୍ମଦାବାଦ : ବଡନଗର ଷ୍ଟେସନ ପ୍ଲାଟଫର୍ମର ଯେଉଁ ଦୋକାନରେ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା ବିକୁଥିଲେ ସେହି ଦୋକାନକୁ ଏବେ ପର୍ଯ୍ୟଟନ ସ୍ଥଳରେ ପରିବର୍ତ୍ତିତ କରିବ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ। ଏଥିଲାଗି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ନିକଟରେ ବଡନଗର ଷ୍ଟେସନ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତକାଳରେ ପ୍ଲାଟ ଫର୍ମ ଓ ଚା ଦୋକାନକୁ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":152744}

ବଡନଗର ଷ୍ଟେସନର ପ୍ଲାଟ ଫର୍ମରେ ଥିବା ଏକ ଦୋକାନଘରେ ମୋଦିଙ୍କ ପିତା ଚା ଦୋକାନ କରିଥିଲେ। ଏହି ଦୋକାନରୁ ହେଉଥିବା ଉପାର୍ଜନରୁ ପରିବାର ଚଳୁଥିଲା। ପରେ ନରେନ୍ଦ୍ର ମୋଦି ପିତାଙ୍କୁ କାରବାରରେ ସହାୟତା କରିବା ଲାଗି ଏଠାକୁ ଯିବା ଆସିବା କରିବାରେ ଲାଗିଥିଲେ। ଏହି ଠାରେ ହିଁ ତାଙ୍କର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟମାନଙ୍କ ସହ ତାଙ୍କର ଭେଟ ହୋଇଥିଲା ଯହା ପରବର୍ତ୍ତି କାଳରେ ତାଙ୍କ ଜୀବନର ଚିତ୍ର ହିଁ ପରିବର୍ତ୍ତନ କରିଦେଇଛି।

{"id":152746,"width":580,"height":325}

ସେହି ଦୋକାନଟି ଟିଣରେ ତିଆରି ହୋଇଥିଲା। ଯାହା କଳଙ୍କି ଲାଗି ଏବେ ଗଳିବାକୁ ଲାଗିଲାଣି। ତେବେ ମନ୍ତ୍ରୀ ଦୋକାନର କୌଣସି ପରିବର୍ତ୍ତନ ନ କରି ସ୍ଥାନର ବିକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କର ଜନ୍ମ ଏହି ବଡନଗରରେ ହିଁ ହୋଇଥିଲା। ଏଠାରେ ତାଙ୍କର ବାଲ୍ୟ, ଶୈଶବ ଓ କୈଶୋର ଜୀବନ କଟିଥିଲା। ଗତ ସାଧାରଣ ନିର୍ବାଚନ ବେଳେ ବି ମୋଦି ତାଙ୍କ ଚା ଦୋକାନର ସ୍ମୃତିକୁ ମନେ ପକାଇଥିଲେ। ଏଣୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଏବେ ତାର ବିକାଶ ଲାଗି ଯୋଜନା ହାତକୁ ନେବ। ଏଥିଲାଗି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ବଡନଗରର ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ। ସେ ସବୁର ବିକାଶ ଲାଗି ମଧ୍ୟ ନିଷ୍ପତ୍ତି ନେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.