Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଧିରେ ଧିରେ ହେବାରେ ଲାଗିଛି ଜଟିଳ: କଣ ପୂରା ମାମଲାର ସିବିଆଇ ତଦନ୍ତ ହେବ କି?

26/07/2020 at 9:40 PM

ମୁମ୍ବାଇ୨୬/୭: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଧିରେ ଧିରେ ଜଟିଳ ହେବାରେ ଲାଗିଛି। ଘଟଣାର ସିବିଆଇ ତଦନ୍ତ ଦାବି ଏକ ଡିଜିଟାଲ ଆନ୍ଦୋଳନରେ ପରିଣତ ହେଲାଣି। ଘଟଣା ପ୍ରଧାନମନ୍ତ୍ରୀଙ୍କ ପାଖକୁ ବି ଯାଇସାରିଲାଣି। ସେପଟେ ମୁମ୍ବାଇ ପୋଲିସ ଆଜି କରଣ ଜୋହରଙ୍କ ମ୍ୟାନେଜରଙ୍କୁ ଜେରା କରିଛି।

କଣ ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ମିଳିବ? କଣ ପୂରା ମାମଲାର ସିବିଆଇ ତଦନ୍ତ ହେବ?  ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ  କାର୍ପଟଦାରମାନଙ୍କ ଚେହେରା ସାମ୍ନାକୁ ଆସିବ?  ଘଟଣା ଦିନକୁ ଦିନ ଯେତିକି ଜଟିଳ ହେବାରେ ଲାଗିଛି ଏହାର ସିବିଆଇ ତଦନ୍ତ ଦାବି ଏକ ଡିଜିଟାଲ ଆନ୍ଦୋଳନରେ ପରିଣତ ହେବାରେ ଲାଗିଛି। ଅଭିନେତ୍ରୀ କଙ୍ଗନା ରନାୱତ, ଶେଖର ସୁମନ ପ୍ରମୁଖ ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଛି ବିଗ୍‌ ନେମ୍‌ ଥିବା ଆକ୍ଷେପ କରିଛନ୍ତି।  

ସେହିପରି ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଚିଠି ପାଇଛନ୍ତି। ଆଇନଜୀବୀ  ଇଷକରଣ ସିଂହ ଭଣ୍ଡାରୀ  ବି ଏନେଇ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ମୁମ୍ବାଇ ପୋଲିସକୁ ଏକ ଚିଠି ଲେଖି ସେ କେତେଗୁଡ଼ିଏ ପ୍ରଶ୍ନ କରିଛନ୍ତି ଯେଉଁଥିରେ ପୋଲିସ ମାତ୍ର କିଛି ମିନିଟରେ ଏହାକୁ କେମିତି କହିଲା ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତ କାହିଁକି ୫୦ରୁ ଅଧିକ ସିମ୍ ବଦଳାଇଥିଲେ ଏହାର କଲ୍‌ ରେକର୍ଡ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।

ସେପଟେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ୩୭ ଜଣଙ୍କୁ ଏହି ଘଟଣାରେ ଜେରା କରିଛି। ଆଜି କରଣ ଜୋହରଙ୍କ ମ୍ୟାନେଜରକୁ ଜେରା କରିଛି ପୋଲିସ। ଦରକାର ପଡ଼ିଲେ କରଣ ଜୋହରଙ୍କୁ ମଧ୍ୟ ଡକାଯାଇପାରେ। କରଣ ଜୋହରଙ୍କ  ଧର୍ମା ପ୍ରଡକ୍ସନ ସୁଶାନ୍ତ ସିଂହ ରାଜପୁତଙ୍କୁ ଅପ କମିଂ ଫିଲ୍ମରୁ ଆଉଟ କରିବା ଏବଂ ତାଙ୍କୁ ମାନସିକ ଚାପ ପକାଯାଇଥିବା ଅଭିଯୋଗ ରହିଛି। ସେହିପରି ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ କଙ୍ଗନା ରନାୱତଙ୍କୁ ମଧ୍ୟ ପୋଲିସ ଜେରା କରିବ। ପୂର୍ବରୁ ସଞ୍ଜୟ ଲୀଳା ଭଁସାଲୀ, ଆଦିତ୍ୟା ଚୋପ୍ରା ଏବଂ ରାଜୀବ ମସନ୍ଦଙ୍କୁ ପୋଲିସ ପଚରାଉଚୁରା କରିସାରିଛି।

ସେପଟେ  ସଂଗୀତ ନିର୍ଦ୍ଦେଶକ ଏ ଆର ରହମ୍ମନଙ୍କ ଅଭିଯୋଗ ପୁଣି ନୂଆ ଝଡ଼ ସୃଷ୍ଟି କରିଛି। ତାଙ୍କ ବିରୋଧରେ ବଲିଉଡ଼ର ଏକ ଗ୍ୟାଙ୍ଗ ଲାଗିଯାଇଥିବା ସେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ବଲିଉଡ଼ କିଛି ନାମି ଦାମି ପ୍ରଡକ୍ସନ ସଂସ୍ଥା ନିଜେ ଫିଲ୍ମରେ ସ୍ଥାନ ଦେଉନଥିବା ସେ ଅଭିଯୋଗ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ଆର ରହମ୍ମନ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରାର ମ୍ୟୁଜିକ ଦେଇଛନ୍ତି। ୨୪ ତାରିଖରୁ ରିଲିଜ ହୋଇଥିବା ଏହି ଫିଲ୍ମକୁ ଓଟିଟିରେ ଲକ୍ଷାଧିକ ଲୋକ ଦେଖିସାରିଲେଣି।

   Related Posts