Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

କମଲନାଥଙ୍କ କେସରେ ଇସିଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, କହିଲେ- ଆୟୋଗ ପାଖରେ ଅଧିକାର ନାହିଁ

2/11/2020 at 3:39 PM

ନୂଆଦିଲ୍ଲୀ ୦୨।୧୧: ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ ଦ୍ଵାରା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଗତ ଶୁକ୍ରବାର ନିର୍ବାଚନ ଆୟୋଗ କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ରଦ୍ଦ କରିଥିଲେ। ଶନିବାର କମଲନାଥ ଏହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ଵାରସ୍ଥ ହୋଇଥିଲେ। ସୋମବାର ସକାଳେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି। ଅଦାଲତ କହିଛନ୍ତି ନିର୍ବାଚନ ଆୟୋଗ ପାଖରେ ଏମିତି କରିବାରେ କୌଣସି ଶକ୍ତି ନାହିଁ।

ନିର୍ବାଚନ ଆୟୋଗ ନିଜର ଆଦେଶରେ କହିଥିଲେ, ନିର୍ବାଚନର ଆଚରଣ ବିଧି ବାରମ୍ଵାର ଉଲ୍ଲଂଘନ କରିବା ଏବଂ ଜାରି ହୋଇଥିବା ପରାମର୍ଶକୁ ଅଣଦେଖା କରିବା ନେଇ ଆୟୋଗ ମଧ୍ୟ ପ୍ରଦେଶ ବିଧାନସଭାର ଉପ ନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ତତ୍କାଳ ପ୍ରଭାବରୁ ରଦ୍ଦ କରୁଛି। ଆୟୋଗ କହିଥିଲେ, କମଲନାଥଙ୍କୁ ଷ୍ଟାର ପ୍ରଚାରକ ଭାବେ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ମିଳିବ ନାହିଁ। ଯଦି କମଲନାଥ ପ୍ରଚାର କରନ୍ତି ତେବେ ପ୍ରାର୍ଥୀଙ୍କ ଦ୍ଵାରା ସମସ୍ତ ଖର୍ଚ୍ଚ ବହନ କରାଯିବ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା କମଲନାଥ ଏକ ନିର୍ବାଚନୀ ସଭାରେ ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କୁ ଆଇଟମ କହିଥିଲେ। ଏହାକୁ ନେଇ ତାଙ୍କୁ ଚାରି ଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏହା ପରେ ସେ ରାଜନୈତିକ ପ୍ରତିଦ୍ଵନ୍ଦୀଙ୍କ ବିରୋଧରେ ମାଫିଆ ଓ ମିଲାଓ୍ଵଟ ଖୋର ପରି ଶବ୍ଦର ବ୍ୟବହାର କରିଥିଲେ।

   Related Posts