Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଫେସବୁକ୍ ଏବଂ ରିଲାଏନ୍ସ ମିଶି ପ୍ରସ୍ତୁତ କରିପାରନ୍ତ ଏହି ସୁପର ଆପ୍, ଜାଣନ୍ତୁ କ’ଣ ରହିବ ଏଥିରେ ଖାସ୍

16/04/2020 at 2:37 PM

ନୂଆଦିଲ୍ଲୀ ୧୬।୪: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଆମେରିକୀୟ ଟେକ୍ କମ୍ପାନୀ ଫେସବୁକ୍ ଏକ ନୂଆ ଆପ୍ ଲଞ୍ଚ କରିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ, ଫେସବୁକ୍ ଏବଂ ରିଲାଏନ୍ସ ମିଳିତ ଭାବେ ଏକ ଆପ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ଏକାସଙ୍ଗେ ଅନେକ କାର୍ଯ୍ୟ କରିପାରିବ ।

ଏହା ଚୀନ୍ ଆପ୍ ଓ୍ବିଚାଟ୍ ଭଳି ପ୍ରସ୍ତୁତ ହୋଇପାରିବ । ଏହି ଆପ୍ ମେସେଜିଂ ସହିତ ଅନେକ ସେବା ଯୋଗାଇଥାଏ । ରିପୋର୍ଟ ଅନୁଯାୟୀ, ଫେସବୁକ୍ ଏବଂ ରିଲାଏନ୍ସ ଆପ୍ ରେ ମେସେଜିଂ ବ୍ୟତୀତ ଗ୍ରୋସରୀ ସପିଂ, ରିଚାର୍ଜ ଏବଂ ପେମେଣ୍ଟ ଭଳି ସେବା ମଧ୍ୟ ଦିଆଯାଇପାରିବ। କୁହାଯାଉଛି ଯେ, ଏହି ସୁପର ଆପରେ ଗେମିଂ, ହୋଟେଲ ବୁକିଂ ଏବଂ ସୋସିଆଲ ମିଡିଆର ସୁବିଧା ଉପଲବ୍ଧ ହେବ । ଭାରତରେ ହ୍ବାଟସ୍ ଆପ୍ ଏବଂ ଫେସବୁକର ଏକ ବଡ ୟୁଜର୍ ବେସ୍ ଅଛି ଏବଂ ଏହି ଆପ୍ କୁ ତାହାର ଫାଇଦା ମିଳିପାରିବ ।

ଭାରତରେ ରିଲାଏନ୍ସ ଜିଓର ଅନେକ ଉପଭୋକ୍ତା ଅଛନ୍ତି ଏବଂ ଏହି ଉପଭୋକ୍ତାମାନଙ୍କ ମଧ୍ୟରୁ ଅଧିକାଂଶ ଜିଓର ଆପ୍ ବ୍ୟବହାର କରନ୍ତି । ରିଲାଏନ୍ସରେ ବିଭିନ୍ନ ନେଟୱର୍କ ଅଛି । ଯେପରିକି ରିଲାଏନ୍ସ ରିଟେଲ ଷ୍ଟୋର୍, ଇ-କମର୍ସ, ଫିଲ୍ମ ଆପ୍ ଏବଂ ପେମେଣ୍ଟ ଆପ୍ । ଯଦି ଫେସବୁକ୍ ଏବଂ ରିଲାଏନ୍ସର ଏକ ସୁପର ଆପ୍ ହୁଅ ତେବେ ଏହା ନିଶ୍ଟିତ ଯେ ରିଲାଏନ୍ସ ନିଜର ଅନ୍ୟ ସେବା ଗୁଡିକୁ ଏଥିରେ ସଂଯୋଗ କରିବ । ଫେସବୁକ୍ ର ରିଚ୍ ଦ୍ବାରା ଉଭୟ କମ୍ପାନୀ ଉପକୃତ ହେବେ ।

ଫେସବୁକ୍ ଟେକ୍ନୋଲୋଜି ଏବଂ ସୋସିଆଲ୍ ମିଡିଆ, ଇନଷ୍ଟାଣ୍ଟ ମେସେଜିଂ ଫ୍ରଣ୍ଟରେ ଏହି ଆପ୍ ରେ ୟୁଜର୍ସଙ୍କୁ ସୁବିଧା ପ୍ରଦାନ କରିବ । ଏହିଭଳି ଆପ୍ ଚୀନ୍ ରେ ରହିଛି । ଓ୍ବିଚାଟ୍ ରେ ମେସେଜିଂ ଏବଂ ସପିଂଠାରୁ ନେଇ ପେମେଣ୍ଟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇଥାଏ ।

ରିପୋର୍ଟ ଅନୁଯାୟୀ, ଏହି ଟିମର ଜଣେ ବ୍ୟକ୍ତି କହିଛନ୍ତି ଯେ ଏକ ନୂତନ କମ୍ପାନୀ ଗଠନ ହୋଇପାରିବ ଯେଉଁଠାରେ ଉଭୟ କମ୍ପାନୀ ନିବେଶ କରିବେ କିମ୍ବା ଫେସବୁକ୍ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲରେ ବିନିଯୋଗ କରିପାରିବ । ଉଭୟଙ୍କ ଅଂଶଗ୍ରହଣ ସହିତ ଏକ ନୂତନ ଉଦ୍ୟମ ଆରମ୍ଭ ହୋଇପାରିବ । ନିକଟରେ ଶୁଣିବାକୁ ମିଳିଥିଲା ​​ଯେ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଜିଓରେ ବିନିଯୋଗ କରିବା ସହିତ ୧୦% ପର୍ଯ୍ୟନ୍ତ ଅଂଶଧନ କିଣିବାକୁ ଯାଉଛି । ତେବେ ଏପର୍ଯ୍ୟନ୍ତ ଉଭୟ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ ।

   Related Posts