ଜୁଲାଇ ୨୦ରୁ ପୁଷ୍ପ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ: ଏହି ଦୁଇ ରାଶି ଉପରେ ପଡିବ ବିଶେଷ ପ୍ରଭାବ

Published By : Prameya-News7 Bureau | July 17, 2021 IST

ଭୁବନେଶ୍ୱର ୧୭/୦୭ : କର୍କଟ ରାଶିରେ ସୂର୍ଯ୍ୟଙ୍କ ଗୋଚର ଆରମ୍ଭ ହୋଇଛି । ଜୁଲାଇ ୧୬ ତାରିଖ ଶୁକ୍ରବାର ଦିନ ସୂର୍ଯ୍ୟ ମିଥୁନରୁ କର୍କଟ ରାଶିରେ ପ୍ରବେଶ କରିଛନ୍ତି। ଯେତେବେଳେ ସୂର୍ଯ୍ୟ କର୍କଟରେ ପ୍ରବେଶ କରନ୍ତି, ଏହି ପ୍ରକ୍ରିୟାକୁ କର୍କଟ ସଂକ୍ରାନ୍ତି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।

ଜୁଲାଇ ୧୬ ଶୁକ୍ରବାର ଦିନ ସୂର୍ଯ୍ୟ ସନ୍ଧ୍ୟା ୪:୪୧ ମିନିଟରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିଥିଲେ । ସୂର୍ଯ୍ୟ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ କର୍କଟ ରାଶିରେ ରହିବେ। ଏହା ପରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବେ ।

ସୂର୍ଯ୍ୟ କର୍କଟରେ ପ୍ରବେଶ କଲେ ସୂର୍ଯ୍ୟ ଦକ୍ଷିଣାୟନ ହୁଅନ୍ତି । ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ ଏହି ଅବସ୍ଥାରେ ପ୍ରବେଶ କରନ୍ତି, ଦେବତାମାନଙ୍କର ମଧ୍ୟାହ୍ନ କାଳ ଆରମ୍ଭ ହୁଏ। ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ୨୦୨୨ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦକ୍ଷିଣାୟନ ରହିବେ । ପାଣିପାଗର ଏହି ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଥାଏ। ରାତି ଲମ୍ବା ହୁଏ ଏବଂ ଦିନଗୁଡ଼ିକ ଛୋଟ ହୋଇଯାଏ ।

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ପାଞ୍ଜି କହିବାନୁସାରେ, ଜୁଲାଇ ୬ ତାରିଖ ପରଠାରୁ ସୂର୍ଯ୍ୟ ପୂର୍ଣ୍ଣଭସୁ ନକ୍ଷତ୍ରରେ ଗୋଚର କରୁଥିଲେ। କିନ୍ତୁ ଜୁଲାଇ ୨୦, ମଙ୍ଗଳବାର ଠାରୁ ସୂର୍ଯ୍ୟ ପୁଷ୍ପା ନକ୍ଷତ୍ରରେ ଗୋଚର କରିବେ । ସୂର୍ଯ୍ୟ ପୁଷ୍ପା ନକ୍ଷତ୍ରରେ ଗୋଚର କଲେ ଏହାର ପ୍ରଭାବ ମେଷ ଓ ମୀନ ରାଶି ଉପରେ ପଡିବ। ଏହା ସହିତ ଏହାର ପ୍ରଭାବ ଦେଶ ଉପରେ ମଧ୍ୟ ପଡିବ। ଏହି ସମୟରେ ବ୍ୟକ୍ତିଙ୍କୁ ବାଦ ବିବାଦ ଓ ବିତର୍କରୁ ଦୂରେଇ ରହିବା ଉଚିତ୍।

ଅହଂକାରଠାରୁ ଦୂରରେ ରହି ମଧୁର ବାଣୀ ବ୍ୟବହାର କରିବା ଉଚିତ୍। ସ୍ୱାସ୍ଥ୍ୟ ମାମଲାରେ ଅବହେଳିତ କରିବା ଉଚିତ୍ ନୁହେଁ। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ପୁଷ୍ପା ନକ୍ଷତ୍ରରେ ରହିବେ। ଏହି ସୂର୍ଯ୍ୟ ପରେ ଅଶ୍ଳେଷ ନକ୍ଷତ୍ରରେ ପ୍ରବେଶ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.