Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୂର୍ଯ୍ୟ ମଧ୍ୟ ଲକ୍ ଡାଉନ୍ : ଭୂମିକମ୍ପ ଓ ପାଣିପାଗ ପରିବର୍ତ୍ତନ ନେଇ ବୈଜ୍ଞାନିକଙ୍କ ଚେତାବନୀ

19/05/2020 at 5:13 PM

ନୂଆଦିଲ୍ଲୀ ୧୯/୦୫ : କରୋନା ଭାଇରସ ଯୋଗୁଁ କେବଳ ମଣିଷ ଲକଡାଉନ୍ ହୋଇନାହିଁ ବରଂ ସୂର୍ଯ୍ୟ ମଧ୍ୟ ଲକଡାଉନ ହୋଇଯାଇଛନ୍ତି | କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ୍ ଜାରି କରାଯାଇଛି | ଯେପରିକି ଲୋକେ ବାହାରେ ବୁଲିବେନି | କିନ୍ତୁ ସୂର୍ଯ୍ୟଙ୍କ ଲକଡାଉନ୍ ଭୂମିକମ୍ପ, ପାଣିପାଗରେ ପରିବର୍ତ୍ତନ ଓ ଅକାଳ କାରଣ ହୋଇପାରେ |

ବୈଜ୍ଞାନିକଙ୍କ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ସୌର ମିନିମମ ସ୍ଥିତିରେ ଅଛନ୍ତି | ଅର୍ଥାତ ସୂର୍ଯ୍ୟଙ୍କ ପୃଷ୍ଠାରେ ଗତିବିଧି ହ୍ରାସ ପାଇଛି | ବୈଜ୍ଞାନିକ କହିଛନ୍ତି ଯେ, ସୂର୍ଯ୍ୟ କିରଣ ଧୀରେ ଧୀରେ ହ୍ରାସ ପାଇବା ସ୍ଥିତିରେ ଅଛି | ସୂର୍ଯ୍ୟରେ ଥିବା କାଳ ଚିହ୍ନ ପାଖାପାଖି ଅନେକାଂଶରେ ଗାୟବ ହେବାକୁ ବସିଲାଣି | ସୂର୍ଯ୍ୟ ଲକଡାଉନ ହେବା ଯୋଗୁଁ ୧୭୯୦ ଓ ୧୮୩୦ ମସିହା ମଧ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା | ସେହି ସମୟକୁ ଡାଲ୍ଟନ ମିନିମମ୍ କାଳ ନାଁ ଦିଆଯାଇଥିଲା | ସେ ସମୟରେ ଅତ୍ୟଧିକ ଥଣ୍ଡା, ଅକାଳ ଓ ଶକ୍ତିଶାଳୀ ଜ୍ୱାଳାମୁଖୀ ଦେଖାଦେଇଥିଲା | ନାସା ବୈଜ୍ଞାନିକ ଆଶଙ୍କା କରିଛନ୍ତି ଯେ, ବର୍ତ୍ତମାନ ସୌର ମଣ୍ଡଳରେ ପୁର୍ବାରବର୍ତ୍ତୀ ସମୟର ପୁନରାବୃତି | କାରଣ ୨୦୨୦ରେ ମଧ୍ୟ ସୂର୍ଯ୍ୟ ଫ୍ଲାଟ ହେବାକୁ ଲାଗିଛି |

ଦ ଇଣ୍ଡିପେଣ୍ଡେଣ୍ଟ ଖବର ଅନୁଯାୟୀ, ଜ୍ୟୋତିର୍ବିଜ୍ଞାନୀ ଡ. ଟୋନି ଫିଲିପ୍ସ କହିଛନ୍ତି ଯେ, ୨୦ ବର୍ଷରେ ତାପମାତ୍ରାରେ ପାଖାପାଖି ୨ ଡିଗ୍ରୀ ସେଲ୍ସିୟସ ହ୍ରାସ ପାଇଛି | ଏହି ସମୟରେ ଜଳବାୟୁ ଅସୁନ୍ତୁଳନ ଯୋଗୁଁ ହାରାହାରି ବିଶ୍ୱ ତାପମାତ୍ରା ୦.୪ ରୁ ୦.୭ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି | ସୂର୍ଯ୍ୟଙ୍କ ମଧ୍ୟରେ ଥିବା କାଳ ଚିହ୍ନ ୭୬ ପ୍ରତିଶତ ହ୍ରାସ ପାଇଛି | ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ମଧ୍ୟ ଦୁର୍ବଳ ହୋଇଯାଇଥିବା ସେ କହିଛନ୍ତି | ଯେଉଁଥିପାଇଁ ସୌର ମଣ୍ଡଳରେ ଅତିରିକ୍ତ ବ୍ରହ୍ମାଣ୍ଡିୟ କିରଣ ସାମିଲ ହୋଇଛି | ବ୍ରହ୍ମାଣ୍ଡିୟ କିରଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ବୋଲି ସେ କହିଛନ୍ତି |

   Related Posts