ଆମେରିକାରୁ ଫେରିଥିବା ମହିଳାଙ୍କ ଅଚାନକ ମୃତ୍ୟୁ: ମୃତ୍ୟୁର କାରଣ କରୋନା ନୁହେଁ ତ? ମୁଣ୍ଡରେ ହାତ ଦେଲାଣି ସ୍ବାସ୍ଥ୍ୟ ବିଭାଗ...

Published By : Prameya-News7 Bureau | March 22, 2020 IST

ଉତ୍ତରାଖଣ୍ଡ୨୨/୩: କରୋନା ଭାଇରସ୍ ପ୍ରଭାବରେ ଦେଶବାସୀଙ୍କ ମନରେ କୋକୁୟା ଭୟ ସୃଷ୍ଟି ହୋଇଛି। ଏହି ସମୟରେ ଆମେରିକାରୁ ଫେରିଥିବା ଜଣେ ମହିଳାଙ୍କର ଅଚାନକ ମୃତ୍ୟୁ ହୋଇଛି। ଏହି ଘଟଣାରେ ଉତ୍ତରାଖଣ୍ଡ ହରିଦ୍ବାର​ରେ ହଇଚୟ ସୃଷ୍ଟି ହୋଇଛି।  ସ୍ବାସ୍ଥ୍ୟ ଓ ପୋଲିସ୍‌ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତ୍ୟୁର କାରଣ ଖୋଜୁଛନ୍ତି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ମହିଳାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଗୁଜୁରଣ ସୃଷ୍ଟି ହୋଇଛି। ମହିଳାଙ୍କ ମୃତ୍ୟୁର କାରଣ କରୋନା ନୁହେଁ ତ? ସ୍ବାସ୍ଥ୍ୟ ବିଭାଗ ମନରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ହରିଦ୍ବାର ବାସିନ୍ଦା ବିଏଚ୍‌ଇଏଲ୍‌ର ଅବସର ପ୍ରାପ୍ତ ଅଧିକାରୀ ଏବଂ ତାଙ୍କ ପତ୍ନୀ ଉଭୟ ପୁଅକୁ ଦେଖା କରିବା ଲାଗି ଆମେରିକା ଯାଇଥିଲେ। ପୁଅ ସହ ଦେଖା କରି ପ୍ରାୟ ୧୫ ଦିନ ପରେ ଆମେରିକାରୁ ଫେରିଥିଲେ। ଶନିବାର ସକାଳେ ତାଙ୍କ ପତ୍ନୀ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ  ହୋଇଥିଲା। ମୃତା ମହିଳାଙ୍କ ସ୍ବାମୀ କହିବା ଅନୁସାରେ ଆମେରିକାରୁ ଫେରିବା ବେଳେ ଏୟାରପୋର୍ଟରେ ଉଭୟଙ୍କ ସ୍କ୍ରିନିଂ ଟେଷ୍ଟ ହୋଇଥିଲା।

ଅନ୍ୟପଟେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଛି। ଉଭୟଙ୍କ ସ୍କ୍ରିନିଂ ଟେଷ୍ଟ ପରେ ସେମାନେ ଆଉ କାହା  ସ୍ପର୍ଶରେ ଆସି ନାହାନ୍ତି ତ? ଯଦି କରୋନା ଆକ୍ରାନ୍ତରେ ମହିଳାଙ୍କ ମୃତ୍ୟୁ ହୋଇଥାଏ, ତେବେ ଯାତ୍ରା ସମୟରେ ମହିଳାଙ୍କ ସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅବସ୍ଥା କିପରି ଥିବ, ତାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତିରେ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.