Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୁଣ୍ଡରେ ଚୁଲି ଜଳାଇ ଛାତ୍ରୀମାନେ ପ୍ରସ୍ତୁତ କରିଥିଲେ ଚା’ : ଏପ୍ରକାର କମାଲ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

16/11/2019 at 12:27 PM

ଶିମଲା ୧୬/୧୧: ହାଇସ୍କୁଲ ଛାତ୍ରୀମାନେ ମୁଣ୍ଡରେ ଚୁଲି କରି ଚା’ ପ୍ରସ୍ତୁତ କରିଥିଲେ ଏବଂ ବାର୍ଷିକ ସମାରୋହରେ ଯୋଗ ଦେଇଥିବା ଅତିଥିଙ୍କୁ ଚା’ ପିଆଇଥିଲେ। ରୋଷେଇ ଗ୍ୟାସ ଭଳି ମୁଣ୍ଡରୁ ବାହାରୁଥିବା ସାମାନ୍ୟ ଆଞ୍ଚରେ ଚା’ ପ୍ରସ୍ତୁତ ହେବାକୁ ପାଖାପାଖି ୧୦ମିନିଟ୍ ସମୟ ଲାଗିଥିଲା। ଏଭଳି ଚମତ୍କାର ପ୍ରଦର୍ଶନ କରିଛନ୍ତି ଶିମଳାସ୍ଥିତ ସାଙ୍ଗନା ସତ୍ତାହନ ରାଜକୀୟ ବରିଷ୍ଠ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ।

ଏହା ଦେଖି ସେଠା​‌ରେ ଉପସ୍ଥିତ ଥିବା ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାଙ୍ଗନା ସତ୍ତାହନ ସ୍କୁଲର ବାର୍ଷିକ ସମାରୋହ ଉଦଯାପନ ସମାରୋହରେ ଏହି ପ୍ରଦର୍ଶନ ହୋଇଥିଲା। ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ନିକିତା ଏବଂ ପୂଜା ମୁଣ୍ଡରେ ଚା’ ପ୍ରସ୍ତୁତ କରି ଦର୍ଶକଙ୍କୁ ଆଚମ୍ବିତ କରି ଦେଇଥିଲେ।

ନିକିତାଙ୍କ ମୁଣ୍ଡରେ ଏକ ଥାଳି ଉପରେ ଚୁଲି କରାଯାଇଥିଲା। ଏହି ଚୁଲିକୁ ଜଳାଇ ଏଥିରେ ଚା’ ପ୍ରସ୍ତୁତ କରାଯାଇଥିଲା।

ପୂର୍ବରୁ ଛାତ୍ରୀଙ୍କୁ ଏହାର ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିପାଇଁ ଏକ ଥାଳିରେ ଗୋଟିଏ କମ୍ବଳର ଟୁକୁରାକୁ ପାଣିରେ ଓଦା କରି ରଖାଯାଇଥିଲା। ଏଥିରେ ପଥର କିମ୍ବା ଛୋଟ ଇଟାର ଟୁକୁରା​‌ରେ ଚୁଲି ପ୍ରସ୍ତୁତ କରାଯାଇଥିଲା। ଛୋଟ କନାକୁ କିରୋସିନିରେ ଓଦା କରି ଏଥିରେ ନିଆଁ ଲଗାଯାଇଥିଲା।

ନିଆଁ ହାଲୁକା ଆଞ୍ଚରେ ଗ୍ୟାସ୍ ଚୁଲ୍ହା ଭଳି ଜଳିଥିଲା। ଫଳରେ ଅତ୍ୟନ୍ତ ସହଜରେ ଚା’ ପ୍ରସ୍ତୁତ ହୋଇଥିଲା। ଏହି କମାଲକୁ ଦେଖି ମୁଖ୍ୟ ଅତିଥି ବଲବୀର ଚୌହାନ୍ ଛାତ୍ରୀଙ୍କୁ ପୁରସ୍କାର ସ୍ବରୂପ ୫୦୦ଟଙ୍କା ଦେଇଥିଲେ।

   Related Posts