ସାଇକେଲ ରିପାରିଂରେ ବିଳମ୍ବ ହେବାରୁ ଥାନାରେ ଏଫଆଇଆର ଦେଲେ ପଞ୍ଚମ ଶ୍ରେଣୀ ଛାତ୍ର, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲା ପୋଲିସ୍

Published By : Prameya-News7 Bureau | November 29, 2019 IST

ତିରୁଭନନ୍ତପୁରମ୨୯/୧୧: ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ୨ ମାସ ବିତିଗଲାଣି ହେଲେ ତାଙ୍କ ସାଇକେଲ ଏ ପର୍ଯ୍ୟନ୍ତ ରିପାରିଂ ହୋଇନାହିଁ। କେରଳର କୋଝିକୋଡ଼ ଜିଲ୍ଲାରେ ପଞ୍ଚମ ଶ୍ରେଣୀର ଛାତ୍ର ତାଙ୍କ ସାଇକେଲ ରିପାରିଂ ନ ହେବାରୁ ଥାନାରେ ଅଭିଯୋଗ କରିଛନ୍ତି।

ନଭେମ୍ବର ୨୫ ତାରିଖରେ ମେପାୟୁର ପୋଲିସ ଷ୍ଟେସନରେ ପଞ୍ଚମ ଶ୍ରେଣୀର ଛାତ୍ର ଅଭି​ଯୋଗ କରିଥିଲେ। ​‌ପଞ୍ଚମ ଶ୍ରେଣୀର ଛାତ୍ର ଏଫଆଇଆରରେ ଉଲ୍ଲେଖ କରିଥିଲେ ଯେ ସେପ୍ଟେମ୍ବର ୫ ତାରିଖରେ ସାଇକେଲ ରିପାରିଂ କରିବା ପାଇଁ ଦୋକାନରେ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ସାଇକେଲ ରିପାରିଂ ହୋଇ ନାହିଁ। ୧୦ ବର୍ଷର ଛାତ୍ର ଥାନାରେ ଅଭିଯୋଗ ଦେବା ପରେ ଦୁଇଦିନ ଭିତରେ ତାଙ୍କ ସାଇକେଲ ମିଳି ଯାଇଛି।

wp:html /wp:html

ଛାତ୍ର ଅବିତ୍‌ ପୁଲିସଙ୍କୁ କହିଥିଲେ ଯେ ତାଙ୍କ ସାଇକେଲ ରିପାରିଂ ପାଇଁ ସାଇକେଲ ଦୋକାନୀ ତାଙ୍କଠୁ ଆଗୁଆ ୨୦୦ ଟଙ୍କା ନେଇ ଥିଲେ। ହେଲେ ଦୁଇମାସ ହେବ ତାଙ୍କ ସାଇକେଲ ଅବିତ୍‌ଙ୍କୁ ମିଳି ନାହିଁ। ଏପରିକି ଅଧିକାଂଶ ସମୟରେ ରିପାରିଂ ଦୋକାନୀ ଦୋକାନ ବନ୍ଦ ରହୁଥିବା ପଞ୍ଚମ ଶ୍ରେଣୀ ଛାତ୍ର ଏଫଆଇଆରରେ ଉଲ୍ଲେଖ କରିଥିଲେ।

୧୦ ବର୍ଷର ଛାତ୍ର ଥାନାରେ ଏଫଆଇଆର ଦେବା ପରେ ପୋଲିସ ଅଧିକାରୀ ସାଇକେଲ ଦୋକାନୀଙ୍କୁ ଡ଼ାକିଥିଲେ। ପଞ୍ଚମ ଶ୍ରେଣୀର ଛାତ୍ର ଦେଇଥିବା ସାଇକେଲ ରିପାରିଂ କରିବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ଦୋକାନୀଙ୍କୁ ପଚରା ଯାଇଥିଲା। ଦୋକାନୀ କହିଥିଲେ ଯେ ଦୁଇମାସ ହେବ ତାଙ୍କ ଦେହ ଅସୁସ୍ଥ ଥିଲା। ଏ ସମୟ ଭିତରେ ତାଙ୍କ ପୁଅ ବିବାହରେ ବ୍ୟସ୍ତ ଥିଲେ। ତେଣୁ ସାଇକେଲ ରିପାରିଂ କରିବାରେ ବିଳମ୍ବ ହୋଇଛି। ଛାତ୍ର ଏଫଆଇଆର ଦେବାର ଦୁଇଦିନ ପରେ ଅର୍ଥାତ ନଭେମ୍ବର ୨୭ ତାରିଖରେ ଛାତ୍ରଙ୍କୁ ସାଇକେଲ ମିଳିଯାଇଥିଲା। କେରଳ ପୋଲିସ ପଞ୍ଚମଶ୍ରେଣୀର ଛାତ୍ର ଅବିତ୍‌ଙ୍କ ଫଟୋ ସହ ଏଫଆଇଆର କପି ସୋସିଆଲ ମଡିଆରେ ଶେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.