...ଆରେ ତୁ ପାସ୍ କରିଛୁ, ମୁଁ ତ ବିଷ ପିଇ ଦେଇଛି.... ଏମିତି ଦୁଃଖ କାହାକୁ ନମିଳୁ

Published By : Prameya-News7 Bureau | July 29, 2020 IST

ଭଦ୍ରକ୨୯/୭: ମାଟ୍ରିକ ପରୀକ୍ଷା ଫଳ ବାହାରିବ । କିନ୍ତୁ ଭାବି ଥିଲେ କାଳେ ରେଜଲ୍ଟ ଖରାପ ହେବ । ସେଥିପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ବିଷ ପିଇ ଦେଇଥିଲେ ଛାତ୍ରୀ । ଘର ଲୋକେ ଯେତେବେଳେ କହିଲେ ଯେ ତୁ ପରୀକ୍ଷାରେ ପାସ କରିଛୁ । ସେତେବେଳେ ଛାତ୍ରୀ କହିଲେ ମୁଁ ବିଷ ପିଇ ଦେଇଛି । ଘର ଲୋକେ ମେଡିକାଲ ଆଣିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବସୁଦେବପୁର ଥାନା ସୁଗୋ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ମୃତ ଛାତ୍ରୀ ହେଉଛନ୍ତି ଭଦ୍ରକ ଜିଲ୍ଲା ବସୁଦେବପୁର ଥାନା ସୁଗୋ ଅଞ୍ଚଳର ମାହାଳିକ ସାହି ଅଞ୍ଚଳର ରାନୁ ସ୍ମିତା ମାହାଳିକ। ସେ ସୁଗୋ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀ ଥିଲେ । ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ରେଜଲ୍ଟ ବାହାରିବା ପୂର୍ବରୁ ଫେଲ୍‌ ହୋଇଯିବା ଭୟରେ ବିଷ ପିଇ ଦେଇଥିଲେ। ଘର ଲୋକେ ଯେତେବେଳେ ରେଜଲ୍ଟ ଦେଖି କହିଥିଲେ ଯେ ସେ ପାସ କରିଛନ୍ତି । ସେତିକି ବେଳେ ରାନୁ ସ୍ମିତା କହିଥିଲେ ଯେ ମୁଁ ବିଷ ପିଇ ଦେଇଛି । ଘର ଲୋକେ ତାଙ୍କୁ ପ୍ରଥମେ ବସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.