ବିଶ୍ବ କଲ୍ୟାଣ ପାଇଁ ୨୫୦୦ କି.ମି ଦଣ୍ଡ ପ୍ରଣାମ: କିଏ ଏହି ବ୍ୟକ୍ତି ?

Published By : Prameya-News7 Bureau | May 22, 2020 IST

ସମ୍ବଲପୁର୨୨/୫: ବିଶ୍ବ କଲ୍ୟାଣ ପାଇଁ ୨୫ ଶହ କିଲୋମିଟର ଦଣ୍ଡ ପ୍ରଣାମ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ । ବିଶ୍ବ କଲ୍ୟାଣ ପାଇଁ ଏ ଦୁଃସାହସିକ କାର୍ଯ୍ୟ କରୁଛନ୍ତି ଅଯୋଧ୍ୟାର ଜଣେ ସାଧୁ। ସେ ଦୀର୍ଘ ୬ ମାସ ହେଲା ଦଣ୍ଡ ପ୍ରଣାମ କରି କରି ଶ୍ରୀକ୍ଷେତ୍ର ପୁରୀରୁ ଦ୍ବାରିକା ଧାମ ଅଭିମୁଖେ ଯାତ୍ରା କରୁଛନ୍ତି । ନା ବର୍ଷା ନା ଖରା ବିଶ୍ବ କଲ୍ୟାଣ ଆଗରେ ସବୁ ଫିକା ପଡି ଯାଇଛି ।

{"id":274218,"width":570,"height":546,"sizeSlug":"large"}

ତେବେ ସେ ପୁରୀରୁ ୬ ମାସ ହେଲା ବାହାରିଛନ୍ତି । ଆଜି ସମ୍ବଲପୁରର ମାନେଶ୍ବର ପହଁଞ୍ଚିବା ପରେ ପ୍ରକାଶ ସାହୁ ନାମକ ଜଣେ ସ୍ବେଚ୍ଛାସେବୀ ତାଙ୍କୁ ଅଟକାଇ ଖାଇବାକୁ ଦେବା ସହ ତାଙ୍କର ଏ ଦଣ୍ଡ ପ୍ରଣାମର ରହସ୍ୟ ପଚାରିଛନ୍ତି । ସାଧୁଙ୍କ କହିବା ଅନୁସାରେ ସେ ଅଯୋଧ୍ୟାର ବାସିନ୍ଦା। ହେଲେ ପୁରୀ ଆସିଥିବାବେଳେ ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଫଳରେ ସେ ଦୀର୍ଘ ୬ ମାସ ହେଲେ ଏମିତି ଦଣ୍ଡ ପ୍ରଣାମ କରି ପୁରୀରୁ ଦ୍ବାରିକା ବାହାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.