Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ନାମକରଣ ପଛରେ କଣ ରହିଛି କାହାଣୀ, ରାବଣ ସହ ଅଛି ସମ୍ପର୍କ

18/07/2021 at 8:06 PM

ଦେଓଘର ୧୮/୦୭ : ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଦେଓଘରରେ ସ୍ଥିତ ବୈଦ୍ୟନାଥ ଅନ୍ୟତମ। ପୌରାଣିକ ବିଶ୍ୱାସ ଅନୁଯାୟୀ ମାତା ସତୀଙ୍କ ୫୨ ଖଣ୍ଡରେ ମାତା ସତୀଙ୍କ ହୃଦୟ ଏଠାରେ ପଡିଗଲା। ମନ୍ଦିରର ଶୀର୍ଷରେ ତ୍ରିଶୂଲ ପରିବର୍ତ୍ତେ ପଞ୍ଚସୁଲ ରହିଛି। ଏହାର ଦର୍ଶନ ଦ୍ୱାରା ହିଁ ସବୁ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ।

କୁହାଯାଏ ଯେ ସତୀଙ୍କ ଶରୀରର ୫୨ ଟି ଖଣ୍ଡର ସୁରକ୍ଷା ପାଇଁ ଭଗବାନ ଶିବ ଭୈରବଙ୍କୁ ନିଯୁକ୍ତ କରିଥିଲେ। ଏଠାରେ ମାତା ସତୀଙ୍କ ହୃଦୟ ଖସିଗଲା। ତେଣୁ ଏହାକୁ ହୃଦୟପୀଠ ବା ଶକ୍ତିପୀଠ ମଧ୍ୟ କୁହାଯାଏ।

ମାତାଙ୍କ ହୃଦୟକୁ ସୁରକ୍ଷା ଦେବା ପାଇଁ ନିଯୁକ୍ତ ଭୈରବଙ୍କ ନାମ ଥିଲା ବୈଦ୍ୟନାଥ। ଯେତେବେଳେ ରାବଣ ଶିବଲିଙ୍ଗ ସହ ଏଠାରେ ପହଞ୍ଚିଲେ ଭଗବାନ ବ୍ରହ୍ମା ଏବଂ ବିଷ୍ଣୁ ଶିବଲିଙ୍ଗଙ୍କୁ ବୈଦ୍ୟନାଥ ନାମରେ ନାମିତ କରିଥିଲେ। ଶକ୍ତି ପୀଠର ନାମକରଣ ବିଷୟରେ ଆଉ ଏକ ବିଶ୍ୱାସ ମଧ୍ୟ ଅଛି ଯେ ତ୍ରେତାଯୁଗରେ ବେଜୁ ନାମକ ଜଣେ ଶିବ ଭକ୍ତ ଥିଲେ। ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଶିବ ନିଜ ନାମ ସାମ୍ନାରେ ବେଜୁଙ୍କୁ ଯୋଡିଥିଲେ ଯେଉଁ କାରଣରୁ ବେଜନାଥ ଏବଂ ବୈଦ୍ୟନାଥ ମଧ୍ୟ କୁହାଯାଏ।

ଶିବ ଭକ୍ତ ରାବଣ ଚାହୁଁଥିଲେ ଯେ ଶିବ କୈଳାସ ଛାଡି ଲଙ୍କାରେ ରୁହନ୍ତୁ। ଏଥିପାଇଁ ସେ କୈଳାସରେ କଠୋର ତପସ୍ୟା କରିଥିଲେ। ଗୋଟିଏ ପରେ ଗୋଟିଏ ମୁଣ୍ଡ ଶିବଲିଙ୍ଗରେ ଅର୍ପଣ କରିବା ଆରମ୍ଭ କରିଥିଲେ। ସେ ଦଶମ ମୁଣ୍ଡ କାଟିବାକୁ ଯିବା ବେଳକୁ ଭଗବାନ ପ୍ରକଟ ହେଲେ ଏବଂ ବରଦାନ ମାଗିବାକୁ କହିଥିଲେ। ରାବଣ ଶିବଙ୍କୁ ଲଙ୍କା ଯିବାକୁ କହିଥିଲେ। ଶିବ ରାବଣଙ୍କ ମନୋସ୍କାମନା ପୁରା କଲେ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତ ଅନୁଯାୟୀ, ରାବଣକୁ ମଝିରେ କେଉଁଠି ବି ଶିବଲିଙ୍ଗ ରଖିବାର ନଥିଲା। ଦେଓଘର ନିକଟରେ ପହଞ୍ଚି ରାବଣ ଶିବଲିଙ୍ଗକୁ ତଳେ ରଖି ଦେଇଥିଲେ ଯେଉଁଥିପାଇଁ ଶିବଲିଙ୍ଗ ସେଠାରେ ରହିଗଲା। ଏହି ତୀର୍ଥସ୍ଥଳକୁ ରାବଣେଶ୍ୱର ଧାମ ମଧ୍ୟ କୁହାଯାଏ।

ଏହି ଜ୍ୟୋତିର୍ଲିଙ୍ଗରେ ତ୍ରିଶୂଳ ନାହିଁ କିନ୍ତୁ ଏକ ପଞ୍ଚସୁଲ ଅଛି। ଏହାକୁ ନେଇ ଅନେକ ବିଶ୍ୱାସ ରହିଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ ପଞ୍ଚସୁଲ ହେଉଛି ମାନବ ଶରୀରର ପାଞ୍ଚଟି ମନ୍ଦ କାମ, କ୍ରୋଧ, ମଦ, ଲୋଭ, ମୋହକୁ ନଷ୍ଟ କରିବାର ପ୍ରତୀକ। ଆଉ କିଛି ଲୋକ ପାଞ୍ଚସୁଲ ପାଞ୍ଚତତ୍ୱ କ୍ଷିତି, ଜାଲ, ପାବକ, ଗଗନ, ସମୀରରୁ ତିଆରି ମାନବ ଶରୀରର ପ୍ରତୀକ ଭାବେ ବିବେଚନା କରନ୍ତି। ପଞ୍ଚସୁଲକୁ ଏକ ପ୍ରତିରକ୍ଷା କବଚ ଭାବରେ ମଧ୍ୟ ସ୍ୱୀକୃତି ଦିଆଯାଇଛି। ଏହି କାରଣରୁ ଆଜି ପର୍ଯ୍ୟନ୍ତ ମନ୍ଦିରରେ କୌଣସି ପ୍ରକାର ବିପର୍ଯ୍ୟୟ ଘଟିନାହିଁ।

ଏହି ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକର ବିଶେଷ ମହତ୍ତ୍ୱ ରହିଛି। ଏଥିପାଇଁ ଶ୍ରାବଣ ମାସରେ ଭକ୍ତମାନେ ୧୦୫ କିଲୋମିଟର କଷ୍ଟଦାୟକ ପଦଯାତ୍ରା କରନ୍ତି ଏବଂ ସୁଲତାନଞ୍ଜରେ ପ୍ରବାହିତ ଉତ୍ତର ବାହିନୀ ଗଙ୍ଗାରୁ ପାଣି ନେଇ ବାବାଙ୍କ ଜଲାବିଶେକ କରନ୍ତି।

   Related Posts