Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଆସନ୍ତା ୪ରେ ଉପକୂଳ ଛୁଇଁବ ବାତ୍ୟା, ୩ ତାରିଖ ସଂଧ୍ୟାରୁ ପ୍ରବଳ ବର୍ଷିବ, ୪୫ରୁ ୫୦ କିଲୋମିଟର ବେଗରେ ବହିବ ପବନ

30/11/2021 at 8:23 PM

ଭୁବନେଶ୍ଵର ୩୦।୧୧: ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ ବାତ୍ୟା । ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏହା ପ୍ରଭାବରେ ୩ ତାରିଖ ରାତିରୁ ଆରମ୍ଭ ହୋଇଯିବ ବର୍ଷା ।

ଆସୁଛି ବାତ୍ୟା ଜଓ୍ବାଦ୍ । ୪ ତାରିଖ ସକାଳେ ଉପକୂଳ ଛୁଇଁବ ବାତ୍ୟା । ୩ ସଂଧ୍ୟାରୁ ପ୍ରବଳ ବର୍ଷିବ ।  ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ।ଆଜି ଏନେଇ ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କାଳକ୍ରମେ ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ ।

୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଯିବ ବର୍ଷା । ୩ ତାରିଖ ମଧ୍ୟ ରାତ୍ରିରୁ ପବନର ବେଗ ବଢ଼ିବ । ଘଣ୍ଟା ପ୍ରତି ୪୫ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । କ୍ରମେ ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ। ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ୍ । ତେବେ ଉପକୂଳରେ ପହଞ୍ଚିଲେ ବି ଏହା ତୁରନ୍ତ ସ୍ଥଳଭାଗ ଛୁଇଁ ନପାରେ । ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ।

ବାତ୍ୟା ଜଓ୍ବାଦ୍ର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । କାଳକ୍ରମରେ ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢ଼ିବ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହିଭଳି ୫ ତାରିଖରେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ଜଓ୍ବାଦ୍ ପ୍ରଭାବରେ ପବନ ଅପେକ୍ଷା ବର୍ଷାର ପରିମାଣ ଅଧିକ ହୋଇପାରେ । ଶନିବାର ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ଶରତ ଚନ୍ଦ୍ର ସାହୁ ।  ବାତ୍ୟା ଜଓ୍ବାଦର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହବ ବୋଲି ଆକଳନ କରାଯାଉଥିବା ବେଳେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ ।

   Related Posts