Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହେବ ବାତ୍ୟା ‘ଅମ୍ଫାନ’: ଜାଣନ୍ତୁ କ’ଣ ରହିଛି ଏହାର ଗତିପଥ ?

18/05/2020 at 9:33 PM

ଭୁବନେଶ୍ବର୧୮/୫: ଏକ୍ସଟ୍ରିମିଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ପ୍ରଳୟଙ୍କରୀ ବାତ୍ୟାର ରୂପ ନେଇଛି ‘ଅମ୍ଫାନ୍‌’।ଏବେ ଏହା ପାରାଦୀପ ଠାରୁ ୮୨୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇ ରହିଛି । ପଶ୍ଚିମବଙ୍ଗର ଦୀଘାଠାରୁ ୯୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ରହିଛି ଅମ୍ଫାନ୍‌ । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ ହେବ। ଏହା ପ୍ରଥମେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ଦିଗ ବଦଳାଇ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ତୀବ୍ର ବେଗରେ ଗତି କରିବ । ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିୟା ଦ୍ବୀପ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ।

୨୦ ତାରିଖ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଏହା ଅତି ପ୍ରଳୟଙ୍କରୀ ବାତ୍ୟା ଭାବେ ରହିବ ।୨୦ ତାରିଖ ଦିନ ୧୧ଟା ୩୦ ବେଳକୁ ଅମ୍ଫାନର ପବନର ବେଗ ୧୮୦ରୁ ୧୮୦ କିଲୋମିଟର ବେଗରେ ଏବଂ ସର୍ବାଧିକ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ସଂଧ୍ୟାରୁ ବର୍ଷା ହୋଇପାରେ ।୧୯ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳକୁ ଅତି ପ୍ରବଳ ବର୍ଷା ହେବ ।୨୦ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । 

   Related Posts