Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚିନ୍ତା ବଢ଼ାଇଲାଣି ବାତ୍ୟା: ଅକ୍ଟୋବର ଦ୍ଵିତୀୟ ସପ୍ତାହ ବେଳକୁ ଆସିପାରେ ଏହି ସାମୁଦ୍ରିକ ବାତ୍ୟା

5/10/2020 at 7:21 PM

ଭୁବନେଶ୍ବର୫/୧୦: ଚିନ୍ତା ବଢାଇଲାଣି ବାତ୍ୟା ଗତି। ଅଣ୍ଡାମାନସାଗରରେ ଦାନ ବାନ୍ଧୁଛି ଆଉଏକ ଲଘୁଚାପ। ଅକ୍ଟୋବର ଦ୍ଵିତୀୟ ସପ୍ତାହ ବେଳକୁ ଆସିପାରେ ଏହି ସାମୁଦ୍ରିକ ବାତ୍ୟା। ହେଲେ ଗତି କେତେ ରହିବ କେତେ ବଳଶାଳୀ ହେବ ଓ ଓଡିଶା ଉପରେ କଣ ପ୍ରଭାବ ପଢିବା ତାହା ସ୍ପଷ୍ଟ ହେଇନାହିଁ। ବାତ୍ୟା ଗତି ପାଇଁ ଓଡ଼ିଶାରେ ପରିବେଶ ଅନୁକୁଳ ନାହିଁ। ତେଣୁ ବାତ୍ୟାକୁ ନେଇ ଅଶଙ୍କା ନ ଥିବାବେଳେ ,ଆଶଙ୍କାକୁ ଅଡେଇ ଦିଆଯାଇପାରିବନି ବୋଲି କୃଷି ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି। ସେପଟେ ପାଣିପାଗ ନିର୍ଦ୍ଦେଶକଙ୍କ ଆକଳନ ଅନୁଯାଇ ୯ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ,ଏହା ଘନିଭୂତ ହେଇ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆନ୍ଧ୍ରକୁ ମୁହଁଇବ। ଫଳରେ, ଓଡ଼ିଶାର ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷିବ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବ ଲଘୁଚାପ ପ୍ରଭାବରେ ଆହୁରି ୪୮ ଢାଳିବ ବର୍ଷା। ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡି , ଗଞ୍ଜାମ , ସୋନପୁର , ନୂଆପଡା , ବଲାଙ୍ଗୀର , ଅନୁଗୁଳ , କେନ୍ଦୁଝର , ବରଗଡ , ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନଜର ରଖି ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।  ୭ ତାରିଖ ପରେ ବର୍ଷାର ପରିମାଣ କମିଯିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

   Related Posts