Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଚୋରି କରି କରି କୋଟିପତି ହୋଇଥିଲେ ଦୁଇ ଭାଇ : ପୋଲିସ୍ କଲା ପର୍ଦ୍ଦାଫାଶ

8/12/2019 at 11:56 AM

ନୂଆଦିଲ୍ଲୀ ୮/୧୨: ଚୋରି କରି କରି କୋଟିପତି ହୋଇଥିବା ଦୁଇ ଭାଇଙ୍କୁ ଶନିବାର ଦିଲ୍ଲୀ ପୋଲିସ୍ ଗିରଫ କରିଛି। ଚୋରି ମାଲରେ ଦୁହେଁ ଦିଲ୍ଲୀର କବୀର ନଗରରେ ୪୭ଲକ୍ଷ ଏବଂ ଯମୁନା ବିହାରରେ ୬୫ଲକ୍ଷ ଟଙ୍କାର ଦୁଇଟି ଘର ମଧ୍ୟ କିଣି ଦେଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ସାଢ଼େ ଦୁଇ କିଲୋ ସୁନା ଜବତ ହୋଇଛି,ଯାହାର ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା। ଏହା ବ୍ୟତୀତ ନଗଦ ୨୭ଲକ୍ଷ ଟଙ୍କା ଏବଂ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ମଧ୍ୟ ମିଳିଛି।

କିଛି ମାସରେ ଦିନରେ ଚୋରି ହେବା ଘଟଣା ଅନେକ ଥର ସାମନାକୁ ଆସିଛି। ସ୍ପେଶାଲ ଷ୍ଟାଫର ଟିମ୍ ଦୀର୍ଘ ଦିନରୁ ଚୋରଙ୍କ ବିଷୟରେ ପତ୍ତା ଲଗାଉଥିଲା। ଅନେକ ସ୍ଥାନରୁ ସିସିଟିଭି କ୍ୟାମେରାର ଫୁଟେଜ ମଧ୍ୟ ମିଳିଥିଲା। ଏଥିରେ ଅଭିଯୁକ୍ତଙ୍କୁ ଦେଖାଯାଇଥିଲା କିନ୍ତୁ ତାଙ୍କର ପରିଚୟ ମିଳିନଥିଲା। ଗତ ଶୁକ୍ରବାର ପୋଲିସକୁ ଏକ ଖାସ୍ ପ୍ରମାଣ ମିଳିଥିଲା।

ଏହାପରେ ଟ୍ରାପ୍ ଲଗାଇ ଦୁଇ ଭାଇଙ୍କୁ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନେ ନନ୍ଦ ନଗରୀ ବାସିନ୍ଦା ଆୟୁବ(୪୦) ଏବଂ କୟୁମ(୩୦) ବୋଲି ଜଣା ପଡ଼ିଛି। କୟୁମ ବିରୋଧରେ ପୂର୍ବରୁ ୧୩ଟି ମାମଲା ରହିଛି। ଅୟୁବ ମଧ୍ୟ ଥରେ ଗିରଫ ହୋଇଛି। ଦୁହେଁ ଘର ସଜାସଜିରେ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ।

   Related Posts