‌ସବୁଜ ସଙ୍କେତ ସହ ବନ୍ଦହେଲା ସେୟାର ବଜାର, ୨ ଦିନରେ ବାରବେକ୍ୟୁ ନେସନର ୪୨ ପ୍ରତିଶତ ଫାଇଦା

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୦୮/୦୪ : ସେୟାର ବଜାର ଉତ୍ସାହଜନକ ରହିଛି । ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ୍‌ ୨୨୪ ଅଙ୍କ ବୃଦ୍ଧି ପାଇ ୪୯,୮୮୫.୨୬ରେ ଖୋଲିଥିଲା । ପରେ ଦିନ ୧୦ଟା୩୦ ସୁଦ୍ଧା ସେନ୍‌ସେକ୍ସ୍‌ ୪୫୭ ଅଙ୍କ ବୃଦ୍ଧି ପାଇ ୫୦,୧୧୮.୦୮ରେ ପହଞ୍ଚିଯାଇଥିଲା । ସେହିଭଳି ନେସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୫୬ ଅଙ୍କ ବୃଦ୍ଧି ପାଇ ୧୪,୮୭୫.୬୫ରେ ଖୋଲିଥିଲା ଏବଂ ଦିନ ୧୦ଟା ୩୦ ସୁଦ୍ଧା ୧୫୯ ଅଙ୍କ ବୃଦ୍ଧି ପାଇ ୧୪,୯୫୯.୯୦ରେ ପହଞ୍ଚିଯାଇଥିଲା ।

କାରବାର ଶେଷ ବେଳକୁ ସେନସେକ୍ସ ୮୪.୪୫ ଅଙ୍କ ବୃଦ୍ଧି ପାଇ ୪୯,୭୪୬.୨୧ରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟି ୫୪.୭୫ ଅଙ୍କ ବୃଦ୍ଧିପାଇ ୧୪,୮୭୩.୮୦ରେ ବନ୍ଦ ହୋଇଛି । ମେଟାଲ ସେକ୍ଟରରେ ୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିବା​‌ ବେଳେ, ଇନ୍ଫ୍ରା ଏବଂ ଆଇଟି ଇଣ୍ଡେକ୍ସରେ ଏକ ପ୍ରତିଶତ ଲେଖାଏଁ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଗୁରୁବାର ବାରବେକ୍ୟୁ ନେସନ୍‌ର ସେୟାର ଆରମ୍ଭରୁ ୬୬୨.୯୫ ଟଙ୍କାରେ ଖୋଲିଥିଲା । କାରବାରର କିଛି ସମୟ ପରେ ଏଥିରେ ୨୦ ପ୍ରତିଶତ ବୃଦ୍ଧି ପାଇ ୭୦୮.୪୫ ଟଙ୍କାରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ଅର୍ଥାତ ବୁଧବାର ମଧ୍ୟ ବାରବେକ୍ୟୁ ନେସନ୍‌ର ସେୟାର ବ୍ୟାପକ ବୃଦ୍ଧି ପାଇଥିଲା । ବୁଧବାର ଏହାର ସେୟାର ୨୦ ପ୍ରତିଶତ ବୃଦ୍ଧି ପାଇଥିଲା । ଏପରି ଭାବେ ୨ ଦିନ ମଧ୍ୟରେ ବାରବେକ୍ୟୁ ସେୟାରରେ ପ୍ରାୟ ୪୨ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.