Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଏସଟିଫ ଟିମର ଅଚାନକ ଚଢ଼ାଉ, ବଜ୍ରକାପ୍ତା କାତି ସହ ଦୁଇ ଗିରଫ

2/08/2021 at 11:29 PM

ନୀଳଗିରି, ୨।୦୮: ନୀଳଗିରିର ବିଭିନ୍ନ ଅଞ୍ଚଳରେ ବଜ୍ରକାପ୍ତା ରାକେଟ୍ ସକ୍ରିୟ ହୋଇଛନ୍ତି। ଜଙ୍ଗଲରୁ ଏହି ବିରଳ ଜନ୍ତୁକୁ ଶିକାର କରି ଏହାର ମୂଲ୍ୟବାନ କାତିକୁ ଲକ୍ଷ ଲକ୍ଷ ଟଙ୍କାରେ ବାହାରକୁ ଚାଲାଣ କରାଯାଉଛି। ବିଶେଷ ସୂତ୍ରରୁ ଖବର ପାଇ ଏସଟିଫ ଟିମ ଏହି ରାକେଟ ଉପରେ ତୀକ୍ଷଣ ନଜର ରଖିଥିଲେ।

ଏସଟିଫ ଟିମର ଅଧିକାରୀ ମନୋଜ ରାଉତଙ୍କ ନେତୃତ୍ୱରେ ଏକ ଟିମ ଆଜି ଦିନ ୨ଟା ସମୟରେ ମାଟିଆଳି ଅଞ୍ଚଳରେ ଅଚାନକ ଚଢ଼ାଉ କରି ୩ କେଜି ଓଜନର ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ମାଟିଆଳି ଲଟାପଡା ଅଞ୍ଚଳର ମଣିଭଦ୍ର ସାମଲ (୬୫) ଓ କଳାକାଦ ବନ୍ଧସାହି ଅଞ୍ଚଳର ଚୌଧୁରୀ ସିଂ(୪୧)ଙ୍କୁ ଗିରଫ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଚୌଧୁରୀ ପୂର୍ବରୁ ହାତୀ ମୃତ୍ୟୁ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ପୂର୍ବରୁ ହୋଇଥିଲେ। ଦୁଇ ଗିରଫ ଅଭିଯୁକ୍ତ ଓ ଜବତ ସାମଗ୍ରୀକୁ ନୀଳଗିରି ବନବିଭାଗକୁ ହସ୍ତାନ୍ତର କରିଛି ଏସଟିଫ ଟିମ। ଏନେଇ ୧୬ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ଜବତ କାତିର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ନୀଳଗିରି ରେଞ୍ଜର ସୂଚନା ଦେଇଛନ୍ତି।

   Related Posts