Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିବାହ ପୂର୍ବରୁ ଅପହୃତ ହେଲା ଝିଅ, ସାନ ଭଉଣୀ କଲା ଏମିତି କାମ…

19/05/2019 at 11:09 AM

ସୀତାପୁର ୧୯|୫: ଉତ୍ତରପ୍ରଦେଶ ସୀତାପୁରରେ ଏମିତି ଏକ ଘଟଣା ଘଟିଛି ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି । ଜଣେ ଯୁବତୀ ନିଜ ପରିବାରର ସମ୍ମାନ ରକ୍ଷା କରିବା ପାଇଁ ନିଜର ସବୁ ସୁଖକୁ ଜଳାଞ୍ଜଳି ଦେଇଦେଇଛି ।ସୀତାପୁରର ଶିବାନୀ ଏମିତି ଜଣେ ଯୁବକଙ୍କୁ ବିବାହ କରିଛନ୍ତି ଯାହାକୁ ସେ ନା ଜାଣିଛନ୍ତି ନା ଚିହ୍ନିଛନ୍ତି ନା ପସନ୍ଦ କରୁଥିଲେ । ତେବେ କାହିଁକି ସେ ଏଭଳି ପଦକ୍ଷେପ ନେଲେ ।

ସୂଚନା ଅନୁସାରେ ସୀତାପୁରର ଓରିପୁର ଅଞ୍ଚଳରେ ରହୁଥିବା ୧୯ବର୍ଷ ବୟସ୍କା ଶିବାନୀଙ୍କ ବଡ ଭଉଣୀଙ୍କ ବିବାହ ୩ ଏପ୍ରିଲ ୨୦୧୯ରେ ଅପହରଣ ହୋଇଯାଇଥିଲା । ଅପହରଣ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ୪ଜଣଙ୍କ ବିରୋଧରେ ମାମଲା ମଧ୍ୟ ଦାୟର ହୋଇଛି । ଅପହରଣର ଦୁଇ ଦିନ ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।

ଏ ଘଟଣା ପରେ ପରିବାରଲୋକ ଶିବାନୀଙ୍କ ବଡ ଭଉଣୀଙ୍କ ବିବାହ ମେ ୧୫ ତାରିଖରେ ବୀର ସିଂହଙ୍କ ସହ ଠିକ୍ କରିଦେଇଥିଲେ । ଉଭୟ ପରିବାର ବିବାହ ପ୍ରସ୍ତୁତିରେ ଲାଗିଯାଇଥିଲେ । ଏ ମଧ୍ୟରେ ପୁଣି ସେହି ୪ ଯୁବକ ପୁଣି ଥରେ ଶିବାନୀଙ୍କ ଭଉଣୀଙ୍କୁ ଅପହରଣ କରିନେଇ ଫେରାର ହୋଇଯାଇଥିଲେ । ପୀଡିତ ପରିବାର ଏ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଶିବାନୀଙ୍କ ପରିବାରଲୋକ ଥାନାଠୁ ନେଇ ଅଧିକାରୀଙ୍କ ନିକଟରେ ଚକ୍କର କାଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବରଂ ୪ଯୁବକ ଖୁଲମଖୁଲା ଘୁରିବୁଲୁଥିଲେ । ପୀଡିତ ପରିବାରକୁ ଧମକ ମଧ୍ୟ ଦେଉଥିଲେ ।

ମେ ୧୫ତାରିଖରେ ଶିବାନୀଙ୍କ ବଡ ଭଉଣୀଙ୍କ ବିବାହ ହେବାର ଥିଲା । ମାତ୍ର ତାଙ୍କ ଅପହରଣ ହେବା କାରଣରୁ ଘରର ସମ୍ମାନ ହାନି ନହେଉ ବୋଲି ଶିବାନୀ ନିଷ୍ପତ୍ତି ନେଇଥିଲେ ଯେ ସେ ବୀର ସିଂହଙ୍କୁ ବିବାହ କରିବାକୁ ରାଜିହୋଇଯାଇଥିଲେ । ଏଥିପାଇଁ ସେ ନିଜେ ବୀର ସିଂହଙ୍କ ସହ କଥା ହୋଇ ତାଙ୍କୁ ରାଜି କରାଇଦେଇଥିଲେ । ଶିବାନୀ ଏବେ ଯୁକ୍ତ ୨ରେ ପଢୁଛନ୍ତି । ସେ ତାଙ୍କର ପାଠପଢା ଶ୍ବଶୁରଘରେ ରହି କରିବେ ବୋଲି କହିଛନ୍ତି । ଉଭୟ ଶିବାନୀ ଏବଂ ବୀର ସିଂହ କହିଛନ୍ତି ସେମାନଙ୍କ ଏଭଳି ନିଷ୍ପତ୍ତି ଉଭୟ ପରିବାରର ସମ୍ମାନ ରକ୍ଷା କରିବ ।

ଅନ୍ୟପଟେ ପୋଲିସ ଅଧିକାରୀ କହିଛନ୍ତି ଯେ, ୪ ଯୁବକଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ତଦନ୍ତ ଜାରି ରହିଛି । ଖୁବ୍ ଶୀଘ୍ର ଯୁବତୀଙ୍କୁ ଉଦ୍ଧାର କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts