Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆମେରିକାରେ ଥମୁନି ହିଂସା, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

4/06/2020 at 10:49 AM

ୱାସିଂଟନ୍ ୦୪।୦୬:  ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ହିଂସା ଥମିବାର ନାଁ ନେଉନାହିଁ । ୮ ଦିନ ହେବ ଚାଲିଥିବା ବିକ୍ଷୋଭ, ଆନ୍ଦୋଳନ  ତୀବ୍ର ହେବାରେ ଲାଗିଛି । କେତେକ ସ୍ଥାନରେ ପୋଡାଜଳା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ବିକ୍ଷୋଭକାରୀ । ଏମିତିକି ୱାସିଂଟନ୍ ଡିସିସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । ସଂପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ଜଣାପଡିନଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ପାର୍କ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ।

 ଏପଟେ ଘଟଣାକୁ ନେଇ ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ଆମେରିକାରେ ସ୍ଥିତି ଅଣାୟତ ହେବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନ୍ୟାସନାଲ ଗାର୍ଡ ମୁତୟନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେରିକାର୨୪ ସହରରେ କର୍ଫ୍ୟୁ ଲାଗିଛି । ଶହ ଶହ ବିକ୍ଷୋଭକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବିଗତ ଦଶନ୍ଧି ମଧ୍ୟରେ ଆମେରିକାରେ ଏତେ ବଡ଼ ଧରଣର ଅଶାନ୍ତି ହୋଇ ନାହିଁ । ପ୍ରଦର୍ଶନ ଏବଂ ହିଂସା ଯୋଗୁଁ ନ୍ୟୁୟର୍କ ଏବଂ ୱାଶିଂଟନ୍ ସମେତ ଅନେକ ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା, କିନ୍ତୁ ବିକ୍ଷୋଭକାରୀମାନେ ମଧ୍ୟ କର୍ଫ୍ୟୁ ଭାଙ୍ଗିଥିଲେ । ହଜାର ହଜାର ବିକ୍ଷୋଭକାରୀ ବୋଷ୍ଟନ ରାସ୍ତାରେ ଯାଇ ସ୍ଲୋଗାନ ଦେଇଥିଲେ । ଯାହା ଫଳରେ ଏଠାରେ ଶହ ଶହ ବିକ୍ଷୋଭକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

   Related Posts