ଜାଣନ୍ତୁ ଭାରତରେ କେଉଁ କେଉଁ ସ୍ଥାନରେ ଥିଲା ଶ୍ରୀ ରାମଙ୍କ ଦୁଇ ଜମଜ ପୁତ୍ର ଲବ ଓ କୁଶଙ୍କ ରାଜ୍ୟ

Published By : Prameya-News7 Bureau | August 12, 2019 IST

ଲବ ଓ କୁଶ ଶ୍ରୀରାମ ଓ ମାତା ସୀତାଙ୍କ ଜମଜ ପୁତ୍ର ଥିଲେ। କୁହାଯାଏ ଶ୍ରୀରାମ ବାନପ୍ରସ୍ଥ ପ୍ରସ୍ଥାନ ନିମନ୍ତେ ଭରତଙ୍କୁ ରାଜ୍ୟାଭିଷେକ କରିବାକୁ ଚାହିଁଥିଲେ। ହେଲେ ସେ ଏଥିରେ ସହମତ ହୋଇନଥିଲେ। ଏଣୁ ଦକ୍ଷିଣ କୋଶଳ ପ୍ରଦେଶ(ଛତିସଗଡ)ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ ଲବଙ୍କୁ ଅଭିଷେକ କରାଯାଇଥିଲା। ତେବେ ଏହା ଏବେବି ଗବେଷଣାର ବିଷୟ ହୋଇ ରହିଛି। କାଳିଦାସ କୃତ ରଘୁବଂଶ ଅନୁସାରେ ରାମଚନ୍ଦ୍ର କୁଶଙ୍କୁ ଦକ୍ଷିଣ କୋଶଳ କୁଶସ୍ଥଳୀ ବା କୁଶାବତୀ ସହ ଅଯୋଧ୍ୟା ରାଜ୍ୟ ପ୍ରଦାନ କରିଥିଲେ।

{"id":143713,"width":579,"height":563}

ସେହିପରି ଲବଙ୍କୁ ପଞ୍ଜାବ ପ୍ରଦାନ କରିଥିଲେ। ଲବ ପୁରୀ(ଏବେକାର ଲାହୋର)କୁ ତାଙ୍କର ରାଜଧାନୀ କରିଥିଲେ। ସେହିପରି ଭରତଙ୍କ ଦୁଇ ପୁତ୍ର ତକ୍ଷ୍ୟ ଓ ପୁସ୍କରଙ୍କୁ ଯଥାକ୍ରମେ ଆଜିର ତକ୍ଷଶିଳା ଓ ପୁସ୍କରାବତୀ (ଆଜିର ପେଶାବର)ରେ ସିଂହାସନାଋଢ କରାଇଥିଲେ। ଲକ୍ଷ୍ମଣଙ୍କ ଦୁଇ ପୁତ୍ର ଅଙ୍ଗଦ ଓ ଚନ୍ଦ୍ରକେତୁଙ୍କୁ ଯଥାକ୍ରମେ ହିମାଚଳର ଅଙ୍ଗଦପୁର ଓ ଚନ୍ଦ୍ରାବତୀରେ ରଜ୍ୟାଭିଷେକ କରାଯାଇଥିଲା।  ସତୃଘ୍ନଙ୍କ ଦୁଇ ପୁତ୍ର ସୁବାହୁ ଓ ଶତ୍ରୁ ଘାତିଙ୍କୁ ମଥୁରା ଓ ବିଦିଶାର ଶାସନଭାର ପ୍ରଦାନ କରାଯାଇଥିଲା।

{"id":143715,"align":"center","width":382,"height":533}

ରାମଙ୍କ ସମୟରେ ମଧ୍ୟ କୋଶଳ ରାଜ୍ୟ ଉତ୍ତର ଓ ଦକ୍ଷିଣ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା। ରଘୁବଂଶ ଅନୁସାରେ ରାମଚନ୍ଦ୍ର ତାଙ୍କର ଦୁଇ ପୁତ୍ର ଲବ ଓ କୁଶଙ୍କୁ ଶରାବତୀ ଓ କୁଶାବତୀ ନାମରେ ରାଜ୍ୟ ପ୍ରଦାନ କରିଥିଲେ। ଶରାବତୀ ଶ୍ରାବସ୍ତୀ ବୋଲି ଧରାଗଲେ ଲବଙ୍କ ରାଜ୍ୟ ନିଶ୍ଚିତ ରୂପେ ଉତ୍ତର ଭାରତରେ ଓ କୁଶଙ୍କ ରାଜ୍ୟ ଦକ୍ଷିଣ କୋଶଳରେ ଥିଲା ବୋଲି କୁହାଯାଇପାରେ। କୁଶଙ୍କ ରାଜଧାନୀ କୁଶାବତୀ ଆଜିର ବିଳାଶପୁରକୁ କୁହାଯାଉଛି। କୋଶଳକୁ ରାମଙ୍କ ମା କୌଶଲ୍ୟାଙ୍କ ଜନ୍ମଭୂମି ବୋଲି କୁହାଯାଉଥିଲା। ରଘୁବଂଶ ଅନୁସାରେ କୁଶଙ୍କୁ ଅଯୋଧ୍ୟା ଯିବାକୁ ହେଲେ ବିନ୍ଧ୍ୟାଞ୍ଚଳ ପର୍ବତ ପାରି ହେବାକୁ ପଡୁଥିଲା ବୋଲି ଉଲ୍ଲେଖ ରହିଛି। ଏଥିରୁ ତାଙ୍କର ରାଜ୍ୟ କୋଶଳ ବୋଲି ପ୍ରତୀତ ହେଉଥିବା ବେଳେ ତାଙ୍କର ଉତ୍ତର ପୀଢିଙ୍କ ଦାବି କିନ୍ତୁ ପୃଥକପୃଥକ ସ୍ଥାନରୁ ଆସୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.