Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ରେକର୍ଡ ସମୟରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ବୃହତ୍ତମ କୋଭିଡ୍-୧୯ ହସ୍ପିଟାଲ: ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, ପ୍ରଶଂସା କଲେ ଧର୍ମେନ୍ଦ୍ର

6/04/2020 at 1:33 PM

ଭୁବନେଶ୍ବର୬/୫: ସୋମବାର ଉଦ୍‌ଘାଟିତ ହୋଇଛି ରାଜ୍ୟ ସରକାରଙ୍କର ସବୁଠୁ ବଡ଼ କୋଭିଡ୍-୧୯  ହସ୍ପିଟାଲ। ଆଇଏମ୍ ଏସ୍ ଆଣ୍ଡ୍‌ ସମ୍  ହସ୍ପିଟାଲ ସହାୟତାରେ ନିର୍ମାଣ କରାଯାଇଥିବା ରାଜ୍ୟ ସରକାରଙ୍କର କୋଭିଡ୍ -୧୯ ହସ୍ପିଟାଲକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ  ଭିଡିଓ କନଫରେନ୍ସିଂରେ ଏହାର ଉଦ୍‌ଘାଟନ କରିଛନ୍ତି।  ୫୨୫ ଶଯ୍ୟା ବିଶିଷ୍ଟ  କୋଭିଡ୍ -୧୯  ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ରୋଗୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏଥିମଧ୍ୟରୁ ୫୦୦ ଜେନେରାଲ ବେଡ୍ ଓ ୨୫ଟି ଆଇସିୟୁ ବେଡ୍ ରଖାଯାଇଛି। ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏମସିଏଲ ସିଏମଡି ପ୍ରମୁଖ ଉପସ୍ଥିତ ରହିଥିଲେ।

ଯେହେତୁ ଆଇଏମ୍ ଏସ୍ ଆଣ୍ଡ୍‌ ସମ୍  ହସ୍ପିଟାଲ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି, ସେଥିପାଇଁ ସମ୍ ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞମାନଙ୍କର ଅଭିଜ୍ଞତାକୁ ଆଧାର କରି କରି ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଏହା ସବୁଠୁ ବଡ଼ ହସ୍ପିଟାଲ ଭାବେ ପ୍ରତିଷ୍ଠା ହୋଇଛି। ଏହା ଆଗାମୀ ଦିନରେ କୋଭିଡ୍ -୧୯ ମୁକାବିଲା କ୍ଷେତ୍ରରେ ରାଜ୍ୟବାସୀଙ୍କୁ  ଉଚ୍ଚସ୍ତରୀୟ ସେବା ଯୋଗାଇବ।  

ରାଜ୍ୟର ସବୁଠୁ ବଡ଼ କୋଭିଡ୍  ହସ୍ପିଟାଲକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆଇଏମ୍ ଏସ୍ ଆଣ୍ଡ୍‌ ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି। ଏତେ କମ୍ ସମୟ ଭିତରେ ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିଥିବାରୁ ମୁଖ୍ୟମନ୍ତ୍ରୀ ଆଇଏମ୍ ଏସ୍ ଆଣ୍ଡ୍‌ ସମ୍ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହସ୍ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି କୋଭିଡ–୧୯ ହସ୍ପିଟାଲ କରୋନା ଆକ୍ରାନ୍ତଙ୍କୁ ଉନ୍ନତମାନର ସେବା ଯୋଗାଇବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ସବୁଠୁ ବଡ଼ କୋଭିଡ୍-୧୯ ହସ୍ପିଟାଲ ପାଇଁ ଆଇଏମ୍ ଏସ୍ ଆଣ୍ଡ୍‌ ସମ୍ ହସ୍ପିଟାଲର ସହଯୋଗକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋଆ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ ଆଇଏମ୍ ଏସ୍ ଆଣ୍ଡ୍‌ ସମ୍ ହସ୍ପିଟାଲ ସହଯୋଗରେ ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଇବାରେ ବେଶ୍ ସହାୟକ ହେବ। ସମ୍ ର ଡାକ୍ତରମାନଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଏହି ହସ୍ପିଟାଲ ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସ୍ବାଗତ କରିଛନ୍ତି।

   Related Posts