Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଥରେ ମସଜିଦ୍ ହୋଇସାରିଥିବା ସ୍ଥଳ ସବୁ ବେଳେ ମସଜିଦ୍: ମୁସ୍ଲିମ ପର୍ସନାଲ ଲ ବୋର୍ଡ

5/08/2020 at 3:37 PM

ନୂଆଦିଲ୍ଲୀ ୫।୮: ଅଯୋଧ୍ୟା ରାମ ଜନ୍ମଭୂମିରେ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭୂମି ପୂଜା ସମ୍ପନ୍ନ ହୋଇଛି।  ତେବେ ଏହାର ଦିନକ ପୂର୍ବରୁ ଅଲ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ (ଏଆଇଏମପିଏଲବି)ର ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସଙ୍ଗରେ ବୋର୍ଡ ତୁର୍କିର ହାଗିଆ ସାଫିଆର ଉଦାହରଣ ଦେଇ ଯହା ଥରେ ମସଜିଦ୍ ହୋଇସାରିଛି ତାହା ସବୁ ବେଳେ ମସଜିଦ୍‌ ବୋଲି କହିବା ଦେଶବ୍ୟାପୀ ବିତର୍କ ସୃଷ୍ଟି କରିଛି।

କେବଳ ଏତିକି ନୁହେଁ ଏଆଆଇଏମପିଏଲବି ରାମ ଜନ୍ମଭୂମି ନେଇ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ଏକତରଫା କହିଛନ୍ତି। ଏକ ବିବୃତ୍ତିରେ ଏଆଇଏମପିଏଲବି ସାଧାରଣସମ୍ପାଦକ ମୌଲାନା ୱାଲି ରହମାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଅନୁଚିତ ଓ ଅନ୍ୟାୟପୂର୍ଣ୍ଣ ଥିଲା ବୋଲି କହିଛନ୍ତି। ତେବେ ଦେଶର ଶୀର୍ଷ ନ୍ୟାୟାଳଙ୍କ ରାୟକୁ ଆମକୁ ସ୍ୱୀକାର କରିବା ଛଡା କୌଣସି ଚାରା ନଥିଲା ବୋଲି କହିଛନ୍ତି। 

ସେହିପରି ବାବ୍ରୀ ମସଜିଦ୍ ଲାଗି ଭାରତୀୟ ମୁସଲମାନ, ଅନ୍ୟ ସଙ୍ଗଠନ ଭଳି ଆଇନ ଯୁଦ୍ଧରେ ସାର୍ବଜନିକ ମଞ୍ଚ ରୂପେ ଏଆଇଏମପିଏଲବିର କୌଣସି ଭୂମିକା ନଥିଲା।  ହେଲେ ରାମଜନ୍ମଭୂମି ଆନ୍ଦୋଳନ ନାମରେ ହିନ୍ଦୁ ତତ୍ୱଙ୍କ ଦ୍ୱାରା ବିଶୁଦ୍ଧ ରାଜନୈତିକ ଆନ୍ଦୋଳନ ଚଳାଯାଇଥିଲା ବୋଲି ୱାଲି ଅଭିଯୋଗ କରିଛନ୍ତି। ସମଗ୍ର ଆନ୍ଦୋଳନ ଅତ୍ୟାଚାର, ନିର୍ଯାତନା, ବାଧ୍ୟବାଧକତା, ଅର୍ଥ ହଡପ, ଦୂରୁପଯୋଗ ଓ କଳଙ୍କିତ ଥିଲା ଯାହାର ଧର୍ମ ସହିତ କୌଣସି ସମ୍ପର୍କ ନଥିଲା ବୋଲି ସେ କହିଛନ୍ତି।

ଯଦିଓ ଏଆଇଏମପିଏଲବି ରାମ ଜନ୍ମଭୂମି ମାମଲାରେ ଆବେଦକ ନଥିଲେ ତେବେ ମୁସ୍ଲିମ ପକ୍ଷର ଆଇନଗତ ଉଦ୍ୟମକୁ ସଙ୍ଗଠିତ କରୁଥିଲା ବୋଲି ସେ କହିଛନ୍ତି।

ଗତ ନଭେମ୍ବର ୨୦୧୯ ରାୟ ପୂର୍ବରୁ ସୁପ୍ରିମକୋର୍ଟ ୧୯୪୯ ମସିହାରେ ମସଜିଦରେ ଶ୍ରୀରାମଙ୍କ ମୂର୍ତ୍ତି ରଖିବା ଅପବିତ୍ର କାର୍ଯ୍ୟ ବୋଲି ସ୍ୱୀକାର କରିଥିଲେ। ସେହିପରି ହିନ୍ଦୁ ମନ୍ଦିର ଭାଙ୍ଗିବା ପରେ ସେଠାରେ ମସଜିଦ୍ ନିର୍ମାଣର ମଧ୍ୟ କୌଣସି ପ୍ରମାଣ ନଥିଲା। ସେହିପରି ୧୯୯୩ ମସିହାରେ କର ସେବକ ମସଜିଦ ଭାଙ୍ଗିବା ଆଇନର ଉଲ୍ଲଂଘନ ଥିଲା ବୋଲି କୋର୍ଟ ସ୍ୱୀକାର କରିଥିଲେ। ଏହା ସତ୍ତ୍ୱେ ସୁପ୍ରିମକୋର୍ଟ ୨.୭୭ ଏକର ବିବାଦୀୟ ଭୂମି ହିନ୍ଦୁ ପକ୍ଷଙ୍କ ସପକ୍ଷରେ ପ୍ରଦାନ କରିଥିଲେ ବୋଲି ୱାଲି କହିଛନ୍ତି।  

   Related Posts