Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

‘ଶ୍ରୀ ଜଗନ୍ନାଥ, ଦି ଷ୍ଟେଟ୍‌ ଡେଇଟି ଅଫ ଓଡ଼ିଶା’ ଉନ୍ମୋଚିତ

9/06/2020 at 11:02 AM

ଭୁବନେଶ୍ୱର ୦୯।୦୬: ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ରଚିତ ପୁସ୍ତକ ‘ଶ୍ରୀ ଜଗନ୍ନାଥ, ଦି ଷ୍ଟେଟ୍‌ ଡେଇଟି ଅଫ ଓଡ଼ିଶା’ ଆଜି ଉନ୍ମୋଚିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ତଥା ପ୍ରମେୟ ଓ ନ୍ୟୁଜ୍‌-୭ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ମନୋଜ ରଂଜନ ନାୟକ ଲୋକାର୍ପିତ କରିଛନ୍ତି । ଶ୍ରୀ ମିଶ୍ର ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିବା ସହିତ ଅନେକ ପୁସ୍ତକ ରଚନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ନ୍ୟୁଜ୍‌-୭ର ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ-୭ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟ ବ୍ୟୁରୋ ଚିଫ୍‌ ଦେବେନ୍ଦ୍ର ସୁଆର, ଡିଜିଏମ୍‌ (ପ୍ରସାର) ଗଜେନ୍ଦ୍ର ଦାସ, ଆଇଟିଇଆର୍‌ ନିର୍ଦ୍ଦେଶକ ମାନସ ରଞ୍ଜନ ମଲ୍ଲିକ, ସୋଆ ଜଏଣ୍ଟ ରେଜିଷ୍ଟ୍ରାର ଶଶାଙ୍କ ଶେଖର ମିଶ୍ର, ପୁସ୍ତକ ଲେଖକ ଡଃ ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗତ ସ୍ନାନପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଏହି ପୁସ୍ତକଟି ଉତ୍ସର୍ଗ କରାଯାଇଥିଲା ।

ଡକ୍ଟର ମିଶ୍ର କହନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର । ଏହି ଆଧ୍ୟାତ୍ମିକ ଓ ଭକ୍ତିପୂତ ପୁସ୍ତକ ଦଶଟି ବିଷୟବସ୍ତୁ ଉପରେ ଆଧାରିତ । ସେଥିରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ଶ୍ରୀ ମନ୍ଦିରର ଚାରି ଦ୍ୱାର, ବେଢ଼ାସ୍ଥିତ ପାଶ୍ୱର୍ ଦେବଦେବୀ, ଚତୁର୍ଦ୍ଧା ବିଗ୍ରହ, ଦୈନନ୍ଦିନ ନୀତି, ମହାପ୍ରଭୁମାନଙ୍କ ବେଶ ବୈଶିଷ୍ଟ୍ୟ, ଶ୍ରୀଗୁଣ୍ଡିଚା ଯାତ୍ରା, ନବକଳେବର ଓ ଶ୍ରୀମନ୍ଦିର ପରିଚାଳନା ଇତିହାସ ସ୍ଥାନିତ ହେଇଛି । ତା’ସହିତ ଏହି ପୁସ୍ତକରେ ବହୁ ଦୁର୍ଲଭ ଫଟୋଚିତ୍ର ସ୍ଥାନିତ କରାଯାଇଛି । ବିଶେଷ କରି ତଥ୍ୟଭିତ୍ତିକ ଏହି କଫି ଟେବୁଲ ପୁସ୍ତକଟି ବିଶ୍ୱର ପ୍ରବାସୀ ଓଡ଼ିଆ ଏବଂ ପାଶ୍ଚାତ୍ୟ ପାଠକମାନଙ୍କୁ ବହୁପରିମାଣରେ ଆକୃଷ୍ଟ କରିବ । ପୁସ୍ତକଟିର ଦାମ୍‌ ୨୦ ଆମେରିକୀୟ ଡଲାର ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ, ଦି ଷ୍ଟେଟ୍‌ ଡେଇଟି ଅଫ ଓଡ଼ିଶା ହେଉଛି ଶ୍ରୀ ମିଶ୍ରଙ୍କ ୫୦ତମ ପୁସ୍ତକ ।

   Related Posts