ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ହର୍ଷବର୍ଦ୍ଧନ: ଆନ୍ତରାଜ୍ୟ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ପାଇଁ ପ୍ରସ୍ତାବ ଦେଲେ ନବ ଦାସ

Published By : Prameya-News7 Bureau | April 24, 2020 IST

ଝାରସୁଗୁଡା୨୪/୪: ସାରା ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁକ୍ରବାର କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ସହ କଥା ହୋଇ ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ସ୍ଥାନର ସମୀକ୍ଷା କରିଛନ୍ତି।

{"id":259415,"sizeSlug":"large"}

ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସରେ ଥିବା NIC VC  ପ୍ରକୋଷ୍ଠରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ଓଡ଼ିଶା କୋଭିଡ-୧୯ର ସ୍ଥିତି ସମ୍ପର୍କରେରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ସହ ବିଭିନ୍ନ ଦାବି ରଖିଥିଲେ । ରାଜ୍ୟରେ ବ୍ୟାପକ କୋଭିଡ଼ ରକ୍ତ ପରୀକ୍ଷା ପାଇଁ CBNET ଏବଂ TRUENT କୁ ICMR ପକ୍ଷରୁ ଅନୁମତି ପ୍ରଦାନ ସହ ICMR ଗାଇଡ଼ଲାଇନ କୋହଳ କରିବା ପାଇଁ ଦାବି ରଖିଥିଲେ। ଏଥିସହ ରାଜ୍ୟ ସରକାର ତରଫରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ Bio-safety Laboratory ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଅବଗତ କରିଥିଲେ ।

{"id":259416,"sizeSlug":"large"}

ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାକୁ କେନ୍ଦ୍ର ସରକାର ଗୁରୁତର ଭାବେ ଗ୍ରହଣ କରିବା ସହ  ନିଜ ନିଜ ରାଜ୍ କୁ ଫେରିବାକୁ ଚାହୁଁଥିବା, ସେହି ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କୀତ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେହି ପ୍ରବାସୀ ଶ୍ରମିକମାନଙ୍କ ନିଜ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କ କୋଭିଡ଼-୧୯ ନିଶ୍ଚିତ ଭାବେ ପରୀକ୍ଷା ସହ ପ୍ରମାଣପତ୍ର ଦେଇ ସହ ନିଜ ରାଜ୍ୟକୁ ଫେରିବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଏକ ଆନ୍ତରାଜ୍ୟ ଓ  ଆନ୍ତଃସୀମା ମନ୍ତ୍ରୀ ସ୍ତରୀୟ କମିଟି ଗଠନ ପାଇଁ ସ୍ୱାସ୍ଥ୍ୟ ନବ ଦାସ ଦାବି ରଖିଛନ୍ତି ।

{"id":259417,"sizeSlug":"large"}

ଏଥିପାଇଁ ଆବଶ୍ୟକୀୟ ପରୀକ୍ଷଣ କିଟ୍ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଇ ଦିଅନ୍ତୁ । ଓଡ଼ିଶାରେ ଜାତୀୟ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିକଟରେ ଆଜି ନବ ଦାସ ଦାବି ରଖିଛନ୍ତି । ଏଥିସହ ରାଜ୍ୟରେ ସମନ୍ୱିତ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ ଫଳରେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବହୁବିଧ ବିଭାଗରେ ଫଳଦାୟକ ଗବେଷଣା ସମ୍ଭବ ହୋଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.