Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବାତ୍ୟା ‘ଅମ୍ଫାନ’କୁ ନେଇ ଚଳଚଞ୍ଚଳ ରାଜ୍ୟ ସରକାର

18/05/2020 at 8:55 PM

ଭଦ୍ରକ୧୮/୫: ବାତ୍ୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ବାତ୍ୟା ପ୍ରକୋପ କୁ ଦୃଷ୍ଟିରେ ରଖି ଏହି ଉପକୂଳରେ ସୁରକ୍ଷା ବ୍ୟବସ୍ଥା କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସାହାଯ୍ୟ ଏବଂ ଉଦ୍ଧାର ସକାଶେ ଧାମରା ଏବଂ ଚାନ୍ଦବାଲି କୁ ୨ ଟି NDRF  ଟିମ୍ ପଠାଇ ଦିଆଯାଇଥିବା ବେଳେ  ଆଜି ବାସୁଦେବପୁର କୁ ଓଡ୍ରାଫ୍ଟ ର ଏକ ଟିମ୍ କୁ ପଠାଯାଇଛି । ସେହିଭଳି ଭଦ୍ରକ ହେଡକ୍ୱାଟରରେ ଜରୁରୀ କାଳୀନ ସେବା ଯୋଗାଇ ଦେବା ସକାଶେ ଗୋଟିଏ ଓଡ୍ରାଫ୍ଟ ଟିମକୁ  ରଖାଯାଇଛି ।

ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସ୍ଥଳେ ନିରାପଦ ଜାଗାକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ନେସ୍କୋ ତରଫରୁ ୫ଟି କଟର ମେସିନ ଯୋଗାଇଦିଆଯାଇଛି । ଅବଶ୍ୟକସ୍ଥଳେ ndrf ଓ ଓଡ୍ରାଫ ବ୍ୟବହାର କରିବ । ପୋକଲୀନ ଓ ଜେସିବି ମେସିନ ମଧ୍ୟ ପ୍ରସ୍ତୁତ ରହିଛି । ପଶୁସମ୍ପଦ ପାଇଁ ଭେଟେନାରୀ ବିଭାଗ ର ଏକ କୁଇକ ରେସପନ୍ସ ଟିମ ବୁଲୁଛି । ଅଗ୍ନିଶମ ବାହିନୀ ର ୭ ଟି ଟିମ ପ୍ରସ୍ତୁତ ରହିଛି । ଆବଶ୍ୟକ ସ୍ଥଳେ ndrf ଓ ଓଡ୍ରାଫ ଯାଇନଥିବା ବ୍ଲକକୁ ପଠାଯିବ ।

ଅନ୍ୟପଟେ ପୋଲିସ ଡିଜି ଅଭୟ ଆଜି ଭଦ୍ରକ ଆସି ସମ୍ଭାବ୍ୟ ବାତ୍ୟା ର ସମୀକ୍ଷା କରିଛନ୍ତି । ଭଦ୍ରକ ଏସପି ରାଜେଶ ପଣ୍ଡିତ ଓ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟନାୟକ ଙ୍କ ସହ ଆଲୋଚନା କରିଛନ୍ତି । ଡିଜି ଅଭୟ ଭଦ୍ରକ ପୋଲିସ ଦ୍ୱାରା ଆୟୋଜିତ କ୍ୟାମ୍ପ ରେ ପ୍ରବାସୀ ଙ୍କୁ ଖାଦ୍ୟ ଦିଆଯାଉଥିବା ସ୍ଥାନ ବୁଲି ଦେଖିଛନ୍ତି । ପ୍ରବାସୀ ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭଦ୍ରକ ଜିଲ୍ଲା ରେ କରୋନା ସ୍ଥିତି , ପ୍ରବାସୀ ଙ୍କ ସୁବିଧା ପାଇଁ ଖାଦ୍ୟ ଓ ପରିବହନ ସହ ସମ୍ଭାବ୍ୟ ବାତ୍ୟା ପାଇଁ ସହଯୋଗ ଆବଶ୍ୟକ ହେଲେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ବାତ୍ୟା ଅମ୍ଫାନ୍‌ ମୁକାବିଲା ପାଇଁ ଭଦ୍ରକରେ ପହଞ୍ଚିଲା ndrf ଓ ଓଡ୍ରାଫ ।  ବାସୁଦେବପୁର ଓ ଭଦ୍ରକ ମୁଖ୍ୟାଳୟରେ ମୁତୟନ । ପୂର୍ବରୁ ୨ଟି ndrf ୟୁନିଟ ଚାନ୍ଦବାଲି ଓ ଧାମରାରେ ମୁତୟନ ହୋଇଛନ୍ତି ।  ସମ୍ଭାବ୍ୟ ବାତ୍ୟା ପାଇଁ ndrf ର ସଚେତନତା । ଗାଁ ଗାଁ ବୁଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀ ଙ୍କୁ ସଚେତନ କରୁଛନ୍ତି । ଝାଟିମାଟି ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ଯିବାକୁ ନିବେଦନ କରୁଛି ndraf ।

   Related Posts