କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପଦକ୍ଷେପ: ସ୍କୁଲ, ଶିକ୍ଷାନୁଷ୍ଠାନ, ସପିଂ ମଲ ସବୁ ବନ୍ଦ, ସ୍ଥଗିତ ରହିଲା ପଞ୍ଚାୟତ ସ୍ତରୀୟ ଉପ-ନିର୍ବାଚନ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର୧୬/୩: କରୋନାର ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ସ୍କୁଲକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯିବା ପରେ, ଏବେ ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ତଥା ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବାକୁ ମନା କରାଯାଇଛି। କଟକ-ଭୁବନେଶ୍ବରରେ ସବୁ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ବସରେ ନ ନେବାକୁ ବସ୍‌ ମାଲିକମାନଙ୍କୁ ତାଗିଦ କରାଯାଇଛି।

{"id":239355,"sizeSlug":"large"}

କରୋନା ପାଇଁ ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ନିର୍ଦ୍ଦେଶ। ଶିକ୍ଷକମାନେ ବି ସ୍କୁଲ୍ ଆସିବା ଦରକାର ନାହିଁ। ସ୍କୁଲ ନଗଲେ ବି ସରକାରଙ୍କ ପକ୍ଷରୁ ଜରୁରୀ ନିର୍ଦ୍ଦେଶ ପାଇଁ ଫୋନ୍‌ରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ସହିତ ଟ୍ୟୁସନ୍‌କୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ, ଦ୍ବାଦଶ ଶ୍ରେଣୀ ପାଇଁ ଚାଲୁଥିବା ପରୀକ୍ଷା ଜାରି ରହିବ ବୋଲି ବିଭାଗ କହିଛି । ତେବେ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ। ଅନ୍ୟପକ୍ଷରେ ରାଜଧାନୀ ସ୍ଥିତ ବାଣୀବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏ ଥିସହ ମିଡ୍ ସେମିଷ୍ଟର ପରୀକ୍ଷାକୁ ବି କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି ।

{"id":239356,"sizeSlug":"large"}

କରୋନା ପାଇଁ ଭୁବନେଶ୍ବର-କଟକରେ ସମସ୍ତ ସପିଂ ମଲ୍, ସିନେମା ହଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କରୋନା ପାଇଁ ବସ୍‌ ଯାତ୍ରାରେ ମଧ୍ୟ ଲଗାଯାଇଛି କଟକଣା। ବସ୍ ଗୁଡ଼ିକ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ନେଇପାରିବେ ନାହିଁ ବୋଲି ପରିବହନ ବିଭାଗ କହିଛି। ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାସ୍କ ବ୍ୟବହାର କରିବେ ଏବଂ ଯାତ୍ରୀଙ୍କୁ ମାସ୍କ ବ୍ୟବହାର କରିବାକୁ ସଚେତନ କରିବେ ବୋଲି ଆଜି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

{"id":239357,"sizeSlug":"large"}

କରୋନା ଭୂତାଣୁ କୋଭିଡ-୧୯ର ମୁକାବିଲା ତଥା ସନ୍ଦିଗ୍ଧ ରୋଗୀଙ୍କକ ଚିକିତ୍ସା ଏବଂ ସହାୟତା ପାଇଁ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପଦକ୍ଷେପ ଘୋଷଣା କରିଛି। ସମସ୍ତ ମହାନଗର ନିଗମ, ନଗରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କୁ ବିଭାଗ ସୋମବାରରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରୀ କରିଛି। ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କଲ୍ୟାଣମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବାସହୀନଙ୍କ ପାଇଁ  ଉଦ୍ଦିଷ୍ଟ ସମସ୍ତ ଆଶ୍ରୟସ୍ଥଳୀକୁ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଖୁବଶୀଘ୍ର ପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନ କରାଯିବ।

{"id":239358,"sizeSlug":"large"}

କରୋନା ପାଇଁ ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ, ସରପଞ୍ଚ ଏବଂ ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନକୁ ମଧ୍ୟ  ବାତିଲ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।୨ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଏବଂ ୮୪ଟି ଓ୍ବାର୍ଡମେମ୍ବର ପଦବୀ ପାଇଁ ମାର୍ଚ୍ଚ ୨୪ରେ ହୋଇଥାନ୍ତା ନିର୍ବାଚନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.