ରଥ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଲେ ରାଜ୍ୟ ସରକାର

Published By : Prameya-News7 Bureau | May 06, 2020 IST

ପୁରୀ୬/୫: ରଥ ନିର୍ମାଣ କାମ ଆରମ୍ଭ କରିବା ଲାଗି କେନ୍ଦ୍ରର ଅନୁମତି ଲୋଡ଼ିଲା ରାଜ୍ୟ। ଲକ ଡାଉନ୍ ବେଳେ ରଥକାମ ହେବ ନା ନାହିଁ ସେ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ରଥ କାମ ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କର ଅନୁମତି ଲୋଡ଼ିଥିଲେ। ଯେହେତୁ ଅକ୍ଷୟ ତୃତୀୟା ପରଠାରୁ ରଥ କାମ ଆରମ୍ଭ ହେବା କଥା କିନ୍ତୁ ଲକ ଡାଉନ୍  ପାଇଁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିନି ସେନେଇ ରାଜ୍ୟ ସରକାରଙ୍କର ଠାରୁ ଅନୁମତି ଲୋଡ଼ିଥିଲେ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟିର ସଭାପତି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଥିଲା। ଦୁଇ ଦିନ ଧରି ଅନୁମତିକୁ ଅପେକ୍ଷା କରାଯାଇଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ଅନୁମତି ପାଇଁ ଚିଠି ଲେଖିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.