ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କରୋନା ହେଲ୍ପ ଡେସ୍କ , 9337929000'ନମ୍ବରରେ 'Hi' ପଠାଇବା ପାଇଁ ଆହ୍ବାନ

Published By : Prameya-News7 Bureau | April 22, 2020 IST

ଭୁବନେଶ୍ୱର ୨୨।୦୪: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାକୁ ନେଇ ସ୍ବତନ୍ତ୍ର ହେଲପ ଡେସ୍କ ଜାରି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସିଏମଓ ଓଡ଼ିଶା  ଟ୍ବିଟର ପେଜ୍ ରେ ସୂଚନା ଦିଆଯାଇଛି ।  ଆପଣମାନଙ୍କ ସୁବିଧା ପାଇଁ 'ଓଡ଼ିଶା ସରକାର ହ୍ଵାଟ୍ସଆପ୍ ଇନଫୋ ଡେକ୍ସ-9337929000'ର ଶୁଭାରମ୍ଭ ହୋଇଛି।

wp:core-embed/twitter {"url":"https://twitter.com/Naveen_Odisha/status/1252818221171785728","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1252818221171785728
/wp:core-embed/twitter

ମୁଖ୍ୟମନ୍ତ୍ରୀ ଟ୍ବିଟ୍  କରି ଏହି ନମ୍ବର ସହିତ ସଂଯୋଗରେ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ନିଜର ତଥା ନିଜ ପରିବାରର ସୁରକ୍ଷା ସହ ସରକାରଙ୍କ କରୋନା ପ୍ରତିରୋଧ ପଦକ୍ଷେପ ବିଷୟରେ ତୁରନ୍ତ ସୂଚନା ପାଇବାକୁ ହ୍ବାଟ୍ସଆପ୍   ନମ୍ବର 9337929000' ରେ 'Hi' ପଠାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ କୋଭିଡ-19 ବିଷୟରେ ସବିଶେଷ ସୂଚନା ଗୋଟିଏ ଜାଗାରେ ପାଇବା ପାଇଁ statedashboard.odisha.gov.in ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।  ନିଜର ତଥା ପରିବାର ସୁରକ୍ଷା ପାଇଁ ଏଥିରେ ସାଇନ୍ ଅପ୍ କରି AI ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ-ମୂଲ୍ୟାଙ୍କନ କରନ୍ତୁ। ଆପଣ Odisha COVID Dashboard ଆପ୍ ମଧ୍ୟ ଡାଉନଲୋଡ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.