ପଙ୍ଗପାଳକୁ ନେଇ ରାଜ୍ୟ ସରକାରଙ୍କ ବଢ଼ିଲା ଚିନ୍ତା: ଜାରି ହେଲା ନିୟମାବଳୀ

Published By : Prameya-News7 Bureau | June 02, 2020 IST

ଝାରସୁଗୁଡା୨/୫: ପଙ୍ଗପାଳକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିବା ସାଙ୍ଗକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନର ସତର୍କତା ମଧ୍ୟ ବଢିଛି |ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ବିଭାଗ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଚାଷୀ ପ୍ରତିନିଧୀଙ୍କୁ ନେଇ ବୈଠକ କରାଯାଇଛି। ଏଥିସହ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ମଧ୍ୟ ହୋଇଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମୀକ୍ଷା କରାଯାଇଛି।

ଛତିଶଗଡରେ ପଙ୍ଗପାଳ ପହଞ୍ଚିବା ପରେ ଓଡ଼ିଶାକୁ ବଢ଼ିଲା ଭୟ। ମୁକାବିଲା ପାଇଁ  ଛତିଶଗଡ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳକୁ ଆଜି କୃଷି ବିଭାଗର ଦୁଇଟି ଟିମ୍ ଯାଇ ଅନୁଧ୍ୟାନ କରୁଛି। ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି। ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିବା ପରେ ମୁକାବିଲା ଲାଗି ରାଜ୍ୟ ସରକାର ଜାରି କଲେ ନିୟମାବଳୀ।

ପଙ୍ଗପାଳ ଛତିଶଗଡ଼ରେ ପହଞ୍ଚିଥିବାର ଖବର ମିଳିବା ପରେ ଓଡ଼ିଶା ସରକାର ଏଥି ନେଇ ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ସଚେତନ ରହିବା ପାଇଁ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ଏହି ଏସଓପି ଜାରି କରାଯାଇଛି । ଏନେଇ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି । ପଙ୍ଗପାଳ ଛତିଶଗଡ଼ରୁ ଝାରସୁଗୁଡା ସୀମାନ୍ତ ଲଖନପୁର ବ୍ଲକ କୁ ପ୍ରଵେଶ ଆଶଙ୍କା ଥିବାରୁ ସୀମାନ୍ତ ର ଚାଷୀଙ୍କୁ ସଚେତନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.