Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ୩୦୦ କୋଟିର ପ୍ୟାକେଜ୍ ଘୋଷଣା, ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା

11/09/2020 at 5:20 PM

ଭୁବନେଶ୍ଵର ୧୧।୦୯: ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଶହ କୋଟିର ପ୍ୟାକେଜ୍ ଘୋଷଣା ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ ଜଳସେଚିତ ଜମି, ସବୁ ଦିନିଆ ଫସଲ  ଜମିରେ ଫସଲ ନଷ୍ଟ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମାଛଚାଷୀଙ୍କ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ବଳଦ ମରିଗଲେ ମାଲିକଙ୍କୁ କ୍ଷତିପୂରଣ ଦେବାର ମଧ୍ୟ ବ୍ୟବସ୍ଥା ରହିଛି।

ଘୋଷଣା ଅନୁଯାୟୀ ୩୩% ଅଧିକ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୬,୮୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ମିଳିବ। ସେହି ପରି  ସବୁଦିନିଆ ଫସଲ ଜମି ପାଇଁ ମିଳିବ ହେକ୍ଟର ପିଛା ୧୮ ହଜାର। ସବୁଦିନିଆ ଫସଲ ପାଇଁ ୨ ହଜାର ଟଙ୍କାର ଇନ୍‌ପୁଟ୍ ସବସିଡିର ମଧ୍ୟ ବ୍ୟବସ୍ଥା ରହିଛି।

ମାଛ ଚାଷୀଙ୍କୁ ହେକ୍ଟର ପିଛା ୮ ହଜାର ୨ ଶହ ଇନପୁଟ୍ ସବସିଡି ମିଳିବ। ଏହା ସହିତ ୧୨ ହଜାର ୨ ଶହ କ୍ଷତିପୂରଣ ସହାୟତା ମଧ୍ୟ ଦିଆଯିବ। ଚାଷୀଙ୍କୁ ୨୦ ହଜାର ଡାଲି ଜାତୀୟ ବିହନ କିଟ୍ ଯୋଗାଇ ଦିଆଯିବ।  ୫୦% ସବ୍‌ସିଡିରେ ୨ ହଜାର ପମ୍ପସେଟ୍ ଦିଆଯିବ।  ବନ୍ୟାରେ ଗାଈ, ମଇଁଷି ମରିଥିଲେ ୩୦ ହଜାର, ବଳଦ ମରିଥିଲେ ମିଳିବ ୨୫ ହଜାର ଟଙ୍କା। ସେହି ପରି ବାଛୁରି ମରିଥିଲେ ମିଳିବ ୧୬ ହଜାର, ଛେଳି ମରିଥିଲେ  ୩ ହଜାର ଟଙ୍କା ଏବାଂ କୁକୁଡ଼ା ମରିଥିଲେ କୁକୁଡ଼ା ପିଛା ମିଳିବ ୫୦ ଟଙ୍କା।

   Related Posts