Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନିରଞ୍ଜନ ହଟିବେ ! କିଏ ଧରିବ ରାଜ୍ୟ କଂଗ୍ରସ ମଙ୍ଗ ? କାହାକୁ ଭରସା କରିବେ ହାଇକମାଣ୍ଡ ? ପୁଣି ଦିଲ୍ଲୀ ଲବି…

24/07/2021 at 6:42 PM

ଭୁବନେଶ୍ୱର, ୨୪/୦୭: ଖୁବଶୀଘ୍ର ବଦଳିବେ ଓଡ଼ିଶା କଂଗ୍ରେସର ମୁଖିଆ । ଉତ୍ତରାଖଣ୍ଡ, ପଞ୍ଜାବ ପସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡିଶାରେ ପସିସି ସଭାପତି ପରିବର୍ତ୍ତନ ନେଇ ଜୋର ଧରିଛି ଚର୍ଚ୍ଚା । ଏ ନେଇ ହାଇକମାଣ୍ଡ ଘୋଷଣା କରିପାରନ୍ତି । କାରଣ ରାଜ୍ୟରେ ଅଢ଼େଇ ବର୍ଷ ହେଲାଣି ପିସିସି ସଭାପତି ପରିବର୍ତ୍ତନ ନେଇ ରାଜ୍ୟରୁ  ଦାବି ହୋଇଆସୁଛି ।  ଏପରିକି ନିରଞ୍ଜନ ମଧ୍ୟ ୨୦୧୯ ସାଧରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ହେଲେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇନଥିଲା ।

ଏଭଳି ସ୍ଥିତିରେ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଦୌଡି ହାଇକମାଣ୍ଡକୁ ମଧ୍ୟ ଦେଖା କରିବା ସହ ତୁରନ୍ତ ନିରଞ୍ଜନକୁ ବଦଳାଇବା ପାଇଁ ଦାବି କରିଛନ୍ତି। ପସିସି ସଭାପତି ଦୌଡରେ ବିଶ୍ବାଳ ବ୍ରଦର ଥିବାବେଳେ ଏବେ ଦିଲ୍ଲୀ ଗସ୍ତରେ  ଚିରଞ୍ଜୀବ ବିଶ୍ବାଳ ଅଛନ୍ତି । ତେଣୁ ପିସିସି ସଭାପତି ପରିବର୍ତ୍ତନ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ପିସିସି ସଭାପତି ଦୌଡରେ ଆଗରେ ରହିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ମୋକିମ ଦୁଇ ଦୁଇ ଥର ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଲୀଯାଇ ସାକ୍ଷାତ କରି ଫରିଛନ୍ତି । ଚିରଞ୍ଜୀବ ବିଶ୍ବାଳ, ଜୟଦେବ ଜେନା, ଶରତ ପଟ୍ଟନାୟକ, ତାରା ପ୍ରସାଦ ବାହନୀପତି ମଧ୍ୟ ଅନେକ ଥର ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇସାରିଛନ୍ତି ।  ଅଢ଼େଇ ବର୍ଷ ହେଲାଣି କଂଗ୍ରେସ ସ୍ଥାଣୁ ଅବସ୍ଥାରେ ରହିଛି । ପ୍ରସଙ୍ଗ ଥିଲେ ମଧ୍ୟ କଂଗ୍ରେସ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟ କାରିପାରୁ ନାହିଁ । ଏପରିକି ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ୬ମାସ  ଥିବାରୁ ତୁରନ୍ତ ପିସିସି ସଭାପତି ପରିତବର୍ତ୍ତନ ନ କଲେ କଂଗ୍ରେସ  ସଂଗଠନ ଭୁଷୁଡିଯିବ ବୋଲି  ବରିଷ୍ଠ କଂଗ୍ରେସ ନେତା ଦାବି କଲେଣି ।

ଓଡିଶା ପ୍ରଭାରୀ ଭାବେ ଚେଲ୍ଲା କୁମାର ବର୍ଷେ ହେବ ଦାୟୀତ୍ବ ନେଲେଣି । ହେଲେ ସଂଗଠନ ସଜାଡିବାରେ ସମର୍ଥ ହୋଇପାରୁନାହାନ୍ତି । ପିସିସି ସଭାପତିଙ୍କୁ ନେଇ ଅସେନ୍ତାଷ ଥିବାବେଳେ କେବଳ ଜିଲ୍ଲା କମିଟି  ଏବଂ ମଡିଆ କମିଟି ଘୋଷଣା ସରିଛି ।

   Related Posts