ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ୧୮ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର
11/08/2020 at 9:45 PM

ଭୁବନେଶ୍ୱର୧୧/୮: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ସନ୍ଧ୍ୟା ୫ଟା ୩୦ ମିନିଟରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ୧୮ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର । କରୋନା ମୁକାବିଲା ନେଇ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏପଟେ ରାଜ୍ୟର ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ଅନ୍ୟ ଜିଲ୍ଲାମାନଙ୍କରେ ସମାନ ସ୍ଥିତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ରାଜ୍ୟର କୋଭିଡ୍ ପରିଚାଳଚନା ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021