Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ବାଜିଲା IPL ବିଗୁଲ : ୯ ଏପ୍ରିଲରୁ ମହାସମର , ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

7/03/2021 at 2:30 PM

ନୂଆଦିଲ୍ଲୀ ୦୭/୦୩ : ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଆସନ୍ତା ଆଇପିଏଲର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୯ ତାରିଖରେ ଅହମ୍ମଦାବାଦରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ।

ଆଇପିଏଲ ୨୦୨୧ର ମ୍ୟାଚଗୁଡିକ ପ୍ରାୟତଃ ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ମଇଦାନରେ ଖେଳାଯିବ । ଲିଗ୍‌ ପର୍ଯ୍ୟାୟରେ ପ୍ରତି ଟିମ୍‌ ୪ ଭେନ୍ୟୁରେ ଖେଳିବେ । ହେବାକୁ ଥିବା ମୋଟ ୫୬ ମ୍ୟାଚ୍‌ ମଧ୍ୟରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୧୦ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ସେହିଭଳି ଅହମ୍ମଦାବାଦ ଏବଂ ଦିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ ।

ଦ୍ବିପ୍ରହରରେ ହେବାକୁ ଥିବା ମ୍ୟାଚଗୁଡିକ ଅପରାହ୍ନ ୩.୩୦ରୁ ଆଣମ୍ଭ ହେବାକୁ ଥିବାବେଳେ ସନ୍ଧ୍ୟାରେ ହେବାକୁ ଥିବା ମ୍ୟାଚ୍‌ ୭.୩୦ରୁ ଆରମ୍ଭ ହେବ । ତେବେ ସବୁଠାରୁ ବଡ କଥା ହେଉଛି ଚଳିତ ଆଇପିଏଲ ବିନା ଦର୍ଶକରେ ଖେଳାଯିବ । ଅର୍ଥାତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କୁ ସିଧାସଳଖ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବନି । ସିଧାପ୍ରସାରଣ ମାଧ୍ୟମରେ ମ୍ୟାଚ୍ ଦେଖିପାରିବେ ଦର୍ଶକ ।

   Related Posts