'ଅମ୍ଫାନ'ର ଅପଡେଟ୍‌: ବାତ୍ୟା ସଂପର୍କୀତ ତାଜା ସୂଚନା ଦେଲେ ଏସ୍‌ଆର୍‌ସି

Published By : Prameya-News7 Bureau | May 19, 2020 IST

ଭୁବନେଶ୍ବର୧୯/୫: ବାତ୍ୟା ଅମ୍ଫାନ ସଂପର୍କୀତ ତାଜା ସୂଚନା ଦେଲେ ଏସ୍‌ଆରସି।  ଆଜି ରାତିରୁ ସତର୍କ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଲେ src। ଏହି ଅମ୍ଫାନ ସୁପରସାଇକ୍ଲୋନରୁ ଏକ୍ସଷ୍ଟ୍ରିମିଲି ସିଭିୟର ସାଇକ୍ଲୋନ ଷ୍ଟର୍ମର ରୂପ ନେଇଛି। ବାତ୍ୟା ଅମ୍ଫାନର ବେଗ ବଢ଼ିଛି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବାତ୍ୟା ଅମ୍ଫାନ ଗତି କରୁଛି। ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଭଦ୍ରକ, ବାଲେଶ୍ବର, କେନ୍ଦ୍ରପଡା ଏବଂ ଜଗତସିଂହପୁର ଅଧିକ ମାତ୍ରାରେ ପ୍ରଭାବିତ ହେବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଅମ୍ଫାନ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଇଏମ୍‌ଡି ମଧ୍ୟ ସୂଚନା ଦେଇଛନ୍ତି। ଗଜପତି ଭୁସ୍ଖଳନ ଆଶାଙ୍କାରେ ସେଠାକାର କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି। ପବନ ଏବଂ ବର୍ଷା ବେଳେ ଘରୁ ନ ବାହାରିବା ପାଇଁ ଏସ୍‌ଆରସିଙ୍କ ପରାମର୍ଶ।

ବର୍ତ୍ତମାନ ବାତ୍ୟା ଅମ୍ଫାନ ପାରାଦୀପଠାରୁ ମାତ୍ର ୪୮୦ କିମି ଦୂରରେ କେନ୍ଦ୍ରୀଭୂତ ହେଉଛି । ଏହା ସ୍ଥଳଭାଗ ଛୁଇଁବା ବେଳେ ଏହାର ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୮୫ ରହିବ ବୋଲି ଆଶଙ୍କା କରାଯାଉଛି। ଏବେ ଉତ୍ତର- ପୂର୍ବ ଦିଗରେ ବାତ୍ୟା ଅମ୍ଫାନ ଗତି କରୁଛି। କାଲି ସକାଳ ୬ଟାରୁ ସନ୍ଧ୍ୟା ଯାଏଁ ପର୍ଯ୍ୟନ୍ତ ୬ଟି ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମେ ୨୦ ତାରିଖରେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ହେବ ବୋଲି ଏସ୍‌ଆର୍‌ସି ଦେଇଛନ୍ତି। ଏହା ୨୦ ତାରିଖରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.