ଏହି ଦେଶମାନଙ୍କରେ ଦୁଷ୍କର୍ମକାରୀଙ୍କୁ ଦିଆଯାଇଥାଏ ଭୟାନକ ମରଣ, ଜାଣିଲେ ଲୋମ ଟାଙ୍କୁରି ଉଠିବ, କେଉଁ ଦେଶର ଦଣ୍ଡ ବିଧାନ ସବୁଠୁ ଅଧିକ କଠୋର?

Published By : Prameya-News7 Bureau | December 03, 2019 IST

ହାଇଦ୍ରାବାଦ୩/୧୨:  ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳି ଦେବା ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି। ଉଠିବା ବି ସ୍ବାଭାବିକ। ଆଜିର ସମାଜରେ ମହିଳାମାନେ କେତେ ସୁରକ୍ଷିତ?  ଦିନ ଦ୍ବିପହରେ ନାବାଳିକା, ଯୁବତୀ ଏବଂ ମହିଳାମାନେ ଦୁଷ୍କର୍ମ ଆଉ ଗଣଦୁଷ୍କର୍ମର ଶିକାର ହେଉଛନ୍ତି।

ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ଓ ପ୍ରଶାସନ ବିଫଳ ହେଉଛନ୍ତି। ବିଗତ ଦିନରେ ଏଭଳି ବହୁ  ଉଦାହରଣ ରହିଛି। କିନ୍ତୁ ନିକଟରେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ସହ ଯାହା ଘଟିଲା ତାହା ଅନ୍ୟ କାହା ସହ ଯେମିତି ନ ଘଟୁ ସେଥିପ୍ରତି ଭାରତୀୟ ଆଇନ କାନୁନ ବ୍ୟବସ୍ଥାରେ ପରିବର୍ତ୍ତନ ନିଶ୍ଚିତ ଆସିବା ଦରକାର। ଏଭଳି ଦେଶ ଅଛି ଯେଉଁଠି ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ଜାଣିଲେ ଲୋମ ଟାଙ୍କୁରି ଉଠିବ।

{"id":193371,"sizeSlug":"large"}

ସାଉଦୀ ଆରବରେ ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ସର୍ବସମ୍ମୁଖରେ ଅଭିଯୁକ୍ତର ମୁଣ୍ଡ କାଟି ଦିଆଯାଏ। ଏପରି କି ଅଭିଯୁକ୍ତର ଅଙ୍ଗ ଛେଦନକରି ନପୁଂସକ କରି ଦିଆଯାଏ।

{"id":193372,"sizeSlug":"large"}

ସେହିଭଳି ଇରାକରେ ଦୁଷ୍କର୍ମକାରୀଙ୍କୁ ସମସ୍ତେ ମିଶି ପଥର ପିଙ୍ଗି ଥାଆନ୍ତି। ଯଦି ପଥର ପିଙ୍ଗିବା ଦ୍ବାରା ଅଭିଯୁକ୍ତର ମୃତ୍ୟୁ ନ ହେଲା ତେବେ ତାକୁ ଜିଅନ୍ତା ମାଟି ତଳେ ପୋତି ଦିଆଯାଏ।

{"id":193373,"sizeSlug":"large"}

ଭାରତର ପଡୋଶୀ ଦେଶ ଚୀନରେ ମଧ୍ୟ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ରହିଛି। ଦୁଷ୍କର୍ମକାରୀ ବୋଲି ପ୍ରମାଣିତ ହେବା ପରେ ତୁରନ୍ତ ଦୋଷୀକୁ ଫାଶୀ ଦିଆଯାଇଥାଏ।

{"id":193374,"sizeSlug":"large"}

ପୋଲାଣ୍ଡ ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ ଭୟଙ୍କର ଦଣ୍ଡ ବିଧାନ ରହିଛି। ପୂର୍ବରୁ ଏହି ଦେଶରେ ଦୁଷ୍କର୍ମକାରୀଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ହତ୍ୟା କରି ଦିଆଯାଉଥିଲା। କିନ୍ତୁ ଏବେ ଦୁଷ୍କର୍ମକାରୀଙ୍କ ପାଇଁ ଆଇନ କାନୁନ୍‌ରେ ଟିକେ ପରିବର୍ତ୍ତନ ହୋଇଛି। ଅଭିଯୁକ୍ତର ଦୋଷ ପ୍ରମାଣିତ ହେବା ପରେ ତାକୁ ନପୁଂସକ କରି ଦିଆଯାଇଥାଏ।

{"id":193375,"sizeSlug":"large"}

ଉତ୍ତର କୋରିଆରେ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ରହିଛି। ଅଭିଯୁକ୍ତକୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥାଏ। ଉତ୍ତର କୋରିଆ ଦୁଷ୍କର୍ମକାରୀଙ୍କ ପାଇଁ କେବଳ ମୃତ୍ୟୁ ଦଣ୍ଡ ରହିଛି।

{"id":193376,"sizeSlug":"large"}

ଇଣ୍ଡୋନେସିଆରେ ଦୁଷ୍କର୍ମକାରୀଙ୍କୁ ଏକ ନିଆରା ଢ଼ଙ୍ଗରେ ଦଣ୍ଡ ଦିଆଯାଇଥାଏ। ଦୁଷ୍କର୍ମକାରୀଙ୍କୁ ନପୁଂସକ କରିବା ପରେ ତାଙ୍କ ଦେହରେ ମହିଳାଙ୍କ ହର୍ମୋନ ପୂରାଇ ଦିଆଯାଇଥାଏ।

{"id":193377,"sizeSlug":"large"}

ଇରାନ ଦେଶରେ ଦୁଷ୍କର୍ମକାରୀଙ୍କୁ ସିଧା ଫାଶୀ ଦିଆଯାଇଥାଏ।

{"id":193378,"sizeSlug":"large"}

ଆଫଗାନିସ୍ତାନରେ ଦୁଷ୍କର୍ମକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥାଏ। ଦୁଷ୍କର୍ମକାରୀ ନିଜକୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ ଚାରି ଦିନ ସମୟ ଦିଆଯାଇଥାଏ। ଏହି ସମୟସୀମା ଭିତରେ ନିଜକୁ ପ୍ରମାଣିତ ନ କରି ପାରିଲେ ଗୁଳି କରି ହତ୍ୟା କରି ଦିଆଯାଏ।

{"id":193379,"sizeSlug":"large"}

ଇଜିପ୍ଟ ଦେଶରେ ଦୁଷ୍କର୍ମକାରୀଙ୍କୁ ସିଧା ଫାଶୀ ଦଣ୍ଡ ଦିଆଯାଇଥାଏ।

{"id":193380,"sizeSlug":"large"}

ଭାରତରେ ଦୁଷ୍କର୍ମକାରୀଙ୍କ ପାଇଁ ଲମ୍ବା ଆଇନ ପ୍ରକ୍ରିୟା ରହିଛି।  ପୀଡ଼ିତା ଦୁଷ୍କର୍ମ ହେବାର କିଛି ଦିନ ପର୍ଯ୍ୟନ୍ତ ହୋହାଲ୍ଲା ହୁଏ। କ୍ୟାଣ୍ଡେଲ ଜାଳି ଶୋଭାଯାତ୍ରା କରାଯାଏ। ହେଲେ ଦୁଷ୍କର୍ମକାରୀ ବା ବଳତ୍କାରୀ  ଜାମିନରେ ଆସି ବାହାରେ ବୁଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.