ଶ୍ରାବଣ ମାସରେ ମିଥୁନ, ତୁଳା, କୁମ୍ଭ ସମେତ ଏହି ରାଶିରେ ରହିବ ଭଗବାନ ଶିବଙ୍କ ବିଶେଷ କୃପା

Published By : Prameya-News7 Bureau | July 30, 2021 IST

ଭୁବନେଶ୍ୱର ୩୦/୦୭ : ଶ୍ରାବଣ ମାସରେ ଭଗବାନ ଶିବ ସବୁବେଳେ ନିଜ ଭକ୍ତଙ୍କୁ ଆଶୀର୍ବାଦ କରିଥାନ୍ତି। ଭୋଲେନାଥଙ୍କ ଆଶୀର୍ବାଦରେ ସବୁ ଅଟକି ରହିଥିବା କାମ ପୁରା ହୋଇଥାଏ। ଯେଉଁମାନେ ଭକ୍ତିର ସହ ଭଗବାନ ଶିବଙ୍କୁ ପୂଜା କରନ୍ତି ସେମାନେ କେବେ ବି ନିରାଶ ହୁଅନ୍ତି ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶ୍ରାବଣ ମାସ କିଛି ରାଶିର ଲୋକଙ୍କ ପାଇଁ ବିଶେଷ ଲାଭଦାୟକ । ଶ୍ରାବଣ ମାସରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟୋଦୟ ହେଉଛି ଏବଂ ଭଗବାନ ଶିବଙ୍କ କୃପାରୁ ସେମାନଙ୍କର ସବୁ କାମ ସମ୍ପନ୍ନ ହେବ। ଜାଣନ୍ତୁ କୁଁ ରାଶି ଉପରେ ଭଗବାନ ଶିବଙ୍କ କୃପା ରହିଛି …

ମିଥୁନ - ଜ୍ୟୋତିଷଙ୍କ ଅନୁଯାୟୀ, ମିଥୁନ ରାଶିର ଲୋକଙ୍କ ପାଇଁ ଶ୍ରାବଣ ମାସ ଶୁଭ ଅଟେ। ମିଥୁନ ରାଶି ବ୍ୟକ୍ତି ଉପରେ ଏହି ମାସରେ ଭଗବାନ ଶିବଙ୍କ ସ୍ୱତନ୍ତ୍ର କୃପା ରହିବ। ଏହି ରାଶିର ଲୋକମାନେ ସବୁ କାର୍ଯ୍ୟରେ ସଫଳତା ପାଇବେ, ଆର୍ଥିକ ଲାଭ ଯୋଗ ରହିଛି। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଭାଗ୍ୟର ପୂର୍ଣ୍ଣ ସମର୍ଥନ କରିବ।

କର୍କଟ - ଶ୍ରାବଣ ମାସ କର୍କଟ ରାଶିର ବ୍ୟକ୍ତିଙ୍କ pain ଶୁଭ ଫଳଦାୟୀ। ମାନସିକ ଶାନ୍ତି ସହ ଆର୍ଥିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ବ୍ୟବସାୟ ଏବଂ ଚାକିରୀରେ ଉନ୍ନତି ହେବାର ସମ୍ଭାବନା ରହିଛି। ପରିବାର ଓ ଜୀବନସାଥୀର ସହଯୋଗ ପ୍ରାପ୍ତ ହେବ।

ତୁଳା - ଜ୍ୟୋତିଷଶାସ୍ତ୍ର ଅନୁସାରେ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ଭଗବାନ ଶିବଙ୍କ କୃପା ରହିବ। ଏହି ମାସରେ ଭାଗ୍ୟ ସବୁ କାର୍ଯ୍ୟରେ ଭାଗ୍ୟ ସାଥ ଦେବ। ସବୁ କାର୍ଯ୍ୟରେ ସଫଳ ହେବେ। ଧନ ଲାଭର ମଧ୍ୟ ଯୋଗ ରହିଛି। ଆର୍ଥିକ ନିବେଶ ପାଇଁ ଭଲ ମୌକା ରହିଛି। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ - ଶ୍ରାବଣ ମାସ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଭଲ ମୌକା ନେଇ ଆସିଛି। ଭୋଲେନାଥଙ୍କ କୃପାରୁ ଏହି ରାଶିଙ୍କ ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଚାକିରୀ ଏବଂ ବ୍ୟବସାୟ ଦୃଷ୍ଟିରୁ ଶ୍ରାବଣ ମାସ ଉତ୍ତମ। ମାନସମ୍ମାନ, ଯଶ ଓ ଲାଭରେ ବୃଦ୍ଧି ହେବ। ପରିବାରର ସହଯୋଗ ମିଳିବ।

ମୀନ - ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶ୍ରାବଣ ମାସ ସୌଭାଗ୍ୟ ସୂଚକ। ଏହି ମାସରେ ଭଗବାନ ଶିବଙ୍କ ଆଶୀର୍ବାଦରେ ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ଧନ ଲାଭ ଯୋଗ ରହିଛି। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.