ଆଉ ବାସୋପଯୋଗୀ ହୋଇ ପାରିବନି କ୍ରୋଏସିଆର ପେଟ୍ରିଞ୍ଜା ସହର: ପ୍ରଧାନମନ୍ତ୍ରୀ
29/12/2020 at 10:35 PM

ଜାଗ୍ରେବ ୨୯।୧୨: କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ପ୍ଲେନକୋଭିକ୍ ଭୂମିକମ୍ପରେ ଦକ୍ଷିଣ-ପୂର୍ବ ସହର ପେଟ୍ରିଞ୍ଜା ଗୁରୁତର ପ୍ରଭାବିତ ହୋଇଥିବା କହିଛନ୍ତି। ରାଜଧାନୀ ଜାଗ୍ରେବରୁ ଦକ୍ଷିଣ-ପୂର୍ବଦିଗରେ ପ୍ରାୟ ୪୭ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏଣୁ କମ୍ପନରେ ସମଗ୍ର ସହର ଧ୍ୱଂସ୍ତ ହୋଇଥିବା ବେଳେ ଘର ତଳେ ଦବି ଜଣେ ବାଳିକାର ମୃତ୍ୟୁ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରାରମ୍ଭିକ ଅନୁଧ୍ୟାନରୁ ଏହି ସହରର ଅଧିକାଂଶ ଅଞ୍ଚଳ ରେଡଜୋନରେ ଥିବା ଜଣାପଡିଛି। ତେବେ ଏହା ଜୀବନ୍ତ ଆଗ୍ନେୟଗିରି ଉପରେ ନାହଁ। ହେଲେ ହୋଇଥିବା କ୍ଷୟକ୍ଷତି ପରେ ଏଠାରେ ମଣିଷର ବସବାସ ଆଉ କିନ୍ତୁ ସମ୍ଭବ ନୁହେଁ। ପେଟ୍ରିଞ୍ଜାର ଶହଶହ ଲକେ ଭୂମିକମ୍ପରେ ବାସହରା ହୋଇପଡିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଯାଇଥିବା ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି।

୧୮୮୦ ପରେ କ୍ରୋଏସିଆରେ ଏହା ଦ୍ୱିତୀୟ ଭୀଷଣ ଭୂମିକମ୍ପ ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଏହାର ପ୍ରଭାବ ସୁଦୂର ସହରମାନଙ୍କରେ ମଧ୍ୟ ଅନୁଭୂତ ହୋଇଛି। ଦେଶରେ ଏବେ ଭୀଷଣ ଶୀତ ଋତୁ ଏଥିରେ ଭୂମିକମ୍ପ ଯୋଗୁ ବାସହରା ହୋଇପଡିଥିବା ଲୋକଙ୍କୁ ତୁରନ୍ତ ଆଶ୍ରୟର ଆବଶ୍ୟକତା ରହିଛି। ଏଣୁ ଯେପରି କେହିବି ଜଣେ ଖୋଲା ଆକାଶ ତଳେ ନ ରହେ ସେଥିପ୍ରତି ଧ୍ୟାନ ଦିଆଯାଇଥିବା ପ୍ଲେନକୋଭିକ୍ କହିଛନ୍ତି।