Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପପ୍ ସଙ୍ଗୀତ ‘I love rock ‘n’ roll’ର ଲେଖକ ଆଲାନ ମେରିଲଙ୍କ କରୋନାରେ ମୃତ୍ୟୁ

30/03/2020 at 3:40 PM

ନ୍ୟୁୟର୍କ :  କରୋନା ସଂକ୍ରମଣରେ ପ୍ରକ୍ଷ୍ୟାତ ଆମେରିକୀୟ ଗୀତିକାର ତଥା ସଙ୍ଗୀତକାର ଆଲାନ ମେରିଲଙ୍କ ପରଲୋକ ହୋଇଛି। ୬୯ ବର୍ଷ ବୟସ୍କ ଏହି ସଙ୍ଗୀତ କଳାକର ତାଙ୍କ ପପ୍ ସଂଗୀତ ‘ଆଇ ଲଭ ରକ୍ ଏନ୍ ରୋଲ’ ଲାଗି ତାଙ୍କ ଫ୍ୟାନସଙ୍କ ମଧ୍ୟରେ ବେଶ୍ ପ୍ରିୟପାତ୍ର ଥିଲେ। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ନେଇ ଝିଅ ଲୌରା ମେରିଲ ଫେସ୍‌ ବୁକ୍‌ରେ ଅପଡେଟ୍ କରିଛନ୍ତି।

ସେ ତାଙ୍କ ପୋଷ୍ଟରେ ’ଆଜି ସକାଳେ କରୋନା ଭାଇରସ୍ ମୋଠୁ ମୋ ପିତାଙ୍କୁ ଛଡାଇନେଇଛି ‘ ବୋଲି ଉଲ୍ଲେଖ କରିଥିବା ବେଳେ ତାଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ମୋତେ ମାତ୍ର ୨ ମିନିଟ୍ ସମୟ ମିଳିଥିଲା ବୋଲି କ୍ଷୋଭର ସହ ଜଣାଇଛନ୍ତି। ‘ମୃତ୍ୟୁ ଶଜ୍ୟାରେ ସେ ବେଶ ଶାନ୍ତ ଲାଗୁଥିଲେ, ତଥାପି ତାଙ୍କଠି କିଛି ଆଶାର କରିଣ ଥିବା ପରି ମନେ ହେଉଥିଲା’ ବୋଲି ଲୌରା ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଆଲାନ ନ୍ୟୁୟର୍କ ସହରର ବ୍ରୋଙ୍କସରେ ଜନ୍ମ ହୋଇଥିଲେ। ସଙ୍ଗୀତ ପ୍ରତି ପିଲାଟି ବେଳରୁ ତାଙ୍କର ଋଚି ଯୋଗୁ ଡ୍ରମ ବାଦକ ପଲ ଭର୍ଲେ ଓ ଗିଟାରିଷ୍ଟ ଜେକେ ହୁକରଙ୍କ ସହ ମିସି ‘ ଦି ଆରୋ’ ନାମରେ ଏକ ବ୍ୟାଣ୍ଡ ଗ୍ରୁପ କରିଥିଲେ। ସେମାନଙ୍କର ଏହି ଗ୍ରୁପ ନ୍ୟୁୟର୍କ ସମେତ ସାରା ଦେଶରେ ଲୋକପ୍ରୀୟ ବ୍ୟାଣ୍ଡ ଭାବେ ପରିଚିତ ଥିଲା। ମ୍ୟୁଜିକ୍ ଗ୍ରୁପର ସଦସ୍ୟ ଭାବେ ସେ ଅନେକ ହିଟ୍ ନମ୍ବର ରଚନା କରିଥିଲେ। ଏଥିରେ ତାଙ୍କରଚିତ ଆଇ ଲଭ ରକ୍ ଏନ ରୋଲ୧୯୭୫ ମସିହାରେ ବେଶ ଲୋକପ୍ରୀୟ ହୋଇଥିଲା। ଯାହାକୁ ପରେ ଜୋନ ଜେଟ୍ ଓ ବ୍ଲାକ୍ ହାର୍ଟସ ୧୯୮୨ ମସିହାରେ ଚାର୍ଟ ଟପ୍ପର କରିଥିଲେ। ମେରିଲଙ୍କ ପରଲୋକରେ ଜେଟ୍ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।

   Related Posts