ଲକଡାଉନ୍ ବେଳେ ୯୫ ବର୍ଷୟା ମାଆକୁ ଟ୍ରଲିରେ ବୋହି ଡାକ୍ତରଖାନା ନେଲା ପୁଅ
5/04/2020 at 1:52 PM

ଭଦ୍ରକ୫/୪: ଲକଡାଉନ୍ ବେଳେ ଗାଡି ନମିଳିବାରୁ ଟ୍ରଲିରେ ବୋହି ୯୫ ବର୍ଷ ବୟସ୍କା ମାଆଙ୍କୁ ଡାକ୍ତରଖାନା ନେଲା ପୁଅ। ହଠାତ୍ ତାଙ୍କ ମାଆଙ୍କ ଦେହ ଆସୁସ୍ଥ ହୋଇ ହୋଇ ପଡିଥିଲା। ହସ୍ପିଟାଲ ନେବା ପାଇଁ କୌଣସି ଗାଡି ମିଳି ନଥିଲା। ନିଜେ ନିରକ୍ଷର ହୋଇଥିବାରୁ ଜରୁରିକାଳୀନ ସହାୟତା କିମ୍ବା ଆମୁଲାନ୍ସ ସହ ଯୋଗାଯୋଗ କରି ନଥିଲେ। ଶେଷରେ କିଛି ରାସ୍ତା ନ ପାଇ ବାଧ୍ୟ ହୋଇ ଟ୍ରଲିରେ ମାଆଙ୍କୁ ବସାଇ ହସ୍ପିଟାଲକୁ ନେଇଥିଲେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୁମୁଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ସୂଚନାଯୋଗ୍ୟ ପୁଅ ସୁନନ୍ଦା ବେହେରା ପେଷାରେ ଦିନ ମଜୁରିଆ ହୋଇଥିବା ବେଳେ ବେଳେ ଟ୍ରଲି ଟାଣି ପରିବାର ପୋଷଣ କରନ୍ତି। କରୋନ ର କଟକଣା ପାଇଁ ଧାମନଗର ଅଞ୍ଚଳରେ ଲକଡାଉନ କଟକଣା ଜାରି ରହିଛି। ଦୋକାନ, ବଜାର ବନ୍ଦ , ରାସ୍ତାଘାଟ ଶୁନଶାନ । ସୁନନ୍ଦଙ୍କ ମାଆଙ୍କ ଦେହ ଖରାପ ହେବାରୁ ତାଙ୍କ ଆଣ୍ଠୁଗଣ୍ଠିରେ କଷ୍ଟ ଅନୁଭବ କରୁଥିଲେ। ଏଭଳି ପରିସ୍ଥିତିରେ ଗାଡି ମିଳିବା କଷ୍ଟକର ହୋଇ ପଡିଥିଲା। ସେଥିପାଇଁ ବାଧ୍ୟ ହୋଇ ଟ୍ରଲିରେ ମାଆଙ୍କୁ ବୋହି ହସ୍ପିଟାଲରେ ପହଞ୍ଚିଥିଲେ।
ସୁନନ୍ଦ ନିରକ୍ଷର ହୋଇଥିବାରୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳୀନ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରିପାଇଲେ ନାହିଁ। ଶେଷ ରେ ଟ୍ରଲିରେ ମାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଲେ । ସେଠାରେ ଡାକ୍ତର ଦେଖାଇ ଔଷଧ ନେଇ ଘରକୁ ପଳାଇଥିବା ସୂଚନା ମିଳିଛି । ସବୁ ଠାରୁ ବଡ କଥା ହେଲା ସୁନନ୍ଦ ଲକଡାଉନ ପାଇଁ କୋହଳ ଥିବା ସମୟ ମଧ୍ୟ ରେ ଘରକୁ ଫେରିଯାଇଥିଲେ ।