Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
  • ||
  • ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା
  • ||
  • ଭୁବନେଶ୍ବରରୁ ଦିନକରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୧ ସୁସ୍ଥ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୦୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୮୯ ଡିସଚାର୍ଜ
  • ||
  • ପେଗାସସ ତାଲିକାରେ ଇଡି ଅଫିସର, ବିଏସଏଫର ପୂର୍ବତନ ଡିଜି ଓ କେଜ୍ରିଓ୍ଵାଲଙ୍କ ସହଯୋଗୀଙ୍କ ନାମ
  • ||
  • ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !
  • ||
  • ପୁରୀ : ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ
  • ||
  • ସାଲେପୁର : ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ, ବିବାହ ପାଇଁ କହିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲେ ଯୁବକ !
  • ||
  • ସାଲେପୁର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦମ୍ପତ୍ତି ଗୁରୁତର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ଜଳସ୍ତର ୬୦୯.୯୩ ଫୁଟ
  • ||

ସ୍ତ୍ରୀର ଖୁସି ପାଇଁ ବୃଦ୍ଧ ବାପ-ମାଆଙ୍କୁ ରାସ୍ତା କଡ଼କୁ ଠେଲି ଦେଲା ପୁଅ…

6/08/2020 at 4:47 PM

ସାଲେପୁର୬/୮: ପୁତ୍ର ସନ୍ତାନ ଟେ ପାଇଁ ବାପା-ମାଆ କେତେ ଯେ ଦେବାଦେବୀଙ୍କୁ ପୂଜା କରନ୍ତି, ତାହାର ଜ୍ବଳନ୍ତା ଉଦାହରଣ ଆପଣ ଦେଖିଥିବେ। କିନ୍ତୁ ବୃଦ୍ଧ ଅବସ୍ଥାରେ ଏହି ପୁଅ ବାପ-ମାଆଙ୍କ ମୁହଁକୁ ଚାହୁଁ ନାହିଁ । ବୁଢ଼ା-ବୁଢ଼ୀ ବୟସରେ ପୁଅ ସାହାରା ଦେବା ବଦଳରେ ଘରୁ ତଡ଼ି ଦେଉଛି। ଆଉ ଏହି ପୁଅ ବାପ-ମାଆର ବୃଦ୍ଧା ଅବସ୍ଥାରେ ସାହାରା ହେବ କଣ ପୁଣି ବାପା-ମାଆଙ୍କୁ ମାଡ଼ ମାରି ରାସ୍ତା କଡ଼କୁ ଠେଲି ଦେଉଛୁ। ଆଉ ବାପା- ମାଆ ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ଭିକ ମାଗିବା ସହ ମନ୍ଦିର ବେଢ଼ାରେ ଶୋଇ ଭଗବାନଙ୍କୁ ଲୁହ ଭରା ଆଖିରେ ଡ଼ାକି କହୁଛନ୍ତି,ହେ ଭଗବାନ ଆମକୁ ପୁଅ ଦେଉ ନ ଥିଲୁ ତ ଭଲ ଥିଲା ଆଉ ତୋତେ ଡାକି ଡ଼ାକି ବାର ଓଷା ତେର ପରବ କରି ଯେଉଁ ପୁଅକୁ ଆମକୁ ଦେଲୁ, ଏଭଳି ପୁଅ ଆଉ କେଉଁ ବାପା- ମାଆକୁ ଆଉ ଦିଅନି।

ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଡିଙ୍ଗେଶ୍ବର ଗାଁରେ। ଏହି ଗାଁର କୈଳାସ ଚନ୍ଦ୍ର ସାମଲ ଓ ମା’ କିରଣବାଳା ସାମଲଙ୍କ ଏକମାତ୍ର ପୁଅ ସୁବ୍ରତ ସାମଲ, ବୃଦ୍ଧ ବାପା ମା ଙ୍କୁ ଚଳିତ ମାସ ଅର୍ଥାତ୍ ୦୨-୦୮-୨୦୨୦ ବିଳମ୍ବିତ ରାତିରେ ମାଡ଼,ତଣ୍ଟିଆ ମାରି ଘରୁ ବାହାର କରିଦେଲା। କହିଲା ଆଉ ଘରକୁ ଆସିଲେ,”ତୁମ ଦୁଇ ଜଣଙ୍କୁ ଜୀବନରୁ ମାରିଦେବି। ଭୟରେ ବୁଢ଼ା ବାପ ମା ଜୀବନ ବିକଳରେ ସେହିଦିନଠାରୁ ବାହାରେ ବୁଲୁଛନ୍ତି। ଆଉ ଯଦି କିଏ ଦେଲା ଖାଉଛନ୍ତି ନ ହେଲେ ନାହିଁ। ଆଉ ରହିବା ଶୋଇବା ସ୍ଥାନ ସ୍ଥାନୀୟ ମନ୍ଦିର।

ବାପା ମା ଙ୍କୁ ଘରୁ ପୁଅ ସୁବ୍ରତ ମାଡ଼ ମାରି ଘରୁ ତଡ଼ି ଦେବା କାରଣ ବଡ଼ ଅଜବ୍ ! କାରଣ ହେଲା ନିଜର ସ୍ତ୍ରୀ, ଯାହାକୁ ପୁଅ ସୁବ୍ରତ ଆଜକୁ ପ୍ରାୟ ୭ ବର୍ଷ ତଳେ ବିବାହ କରିଥିଲା,ସେ ଏବେ ଆଉ ସ୍ବାମୀ ପାଖରେ ପାଖାପାଖି ୯ ମାସ ହେଲା ରହୁ ନାହାନ୍ତି। ତାଙ୍କର ୫ ବର୍ଷ ର ଝିଅ କୁ ସାଙ୍ଗରେ ନେଇ ସ୍ତ୍ରୀ ତାଙ୍କ ବାପ ଘରେ ରହୁଛନ୍ତି। କାରଣ ସ୍ବାମୀ ସୁବ୍ରତ ସବୁ ସମୟରେ ସ୍ତ୍ରୀ ଙ୍କୁ ମାରଧର କରନ୍ତି। ଫଳରେ ନିଜକୁ ସୁରକ୍ଷିତ ମନେ ନ କରି ବାପ ଘରକୁ ଚାଲିଯାଇଛନ୍ତି। ଆଉ ନିଜ ସ୍ତ୍ରୀ ଫେରାଇ ଆଣିବାକୁ ବାପା ମା ଙ୍କୁ ବାଧ୍ୟ କରି ନିଜ ଶ୍ଵଶୁର ଘରକୁ ପଠାଇ ଥିଲେ। ହେଲେ ସ୍ବାମୀର ଏହି ଗୁଣ୍ଡା ଗିରି ରେ ସ୍ତ୍ରୀ ଏବଂ ତାଙ୍କ ବାପଘର ଲୋକେ ଝିଅ କୁ ଛାଡ଼ିବାକୁ ନାରାଜ୍। ତେଣୁ ବାପ ମା ପୁଅ ର ସ୍ତ୍ରୀକୁ ନ ଆଣିବାରୁ ପୁଅ ସୁବ୍ରତ ମାଡ଼ ମାରି ଘରୁ ବିଦା କରିଦେଲା।

ଏଠି ଦୋଷ କଲା କିଏ ଆଉ ଦଣ୍ଡ ପାଉଛି କିଏ ? କୈଳାଶ ସାଲେପୁର ଥାନାରେ ଏତଲା ଦେଇଥିଲେ ସୁଦ୍ଧା ପୋଲିସ ର କୈାଣସି କାର୍ଯ୍ୟାନୁଷ୍ଠାନ ନ ନେବା, ଏହି ବୃଦ୍ଧ ବାପା ମା ଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ଏଭଳି ପୁଅ ମାନେ ବାପାମା ଙ୍କୁ ନିଜର କ୍ରୀତଦାସ ବୋଲି ଭାବିବେ। ଯେଉଁ ମା’ର ୧୦ ମାସ ନିଜ ଗର୍ଭରେ ରଖି ଏହି ପୁଅକୁ ସଂସାରରେ ହାତ ଧରି ବାଟ ଚଲାଇଲା, ଆଜି ସେହି ପୁଅ ବୁଢ଼ୀ ମା’ର ହାତ ବିଚ୍ ରାସ୍ତା ରେ ଛାଡି ଦେଲା। ଏହାକୁ ଆମେ କ’ଣ କହିବା, ମଣିଷ ନା ଅମଣିଷ। ଖବର ଆମର ଆଉ ବିଚାର ଆପଣଙ୍କର।

   Related Posts