Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଡାକ୍ତରଙ୍କୁ ଗୁଳି ମାରି ଲୁଟ୍ କଲା ଏଡିଏମଙ୍କ ପୁଅ : ଗିରଫ

26/04/2020 at 1:43 PM

ଲକ୍ଷ୍ନୌ ୨୬/୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳର କେଜିଏମୟୁର ଡାକ୍ତର ବିଜୟ କୁମାରଙ୍କୁ ଗୁଳି କରି କାର୍ ଲୁଟିଥିବା ୨ଜଣ ଦୁର୍ବୃତ୍ତଙ୍କୁ ପୋଲିସ୍ ଶନିବାର ରାତି ଗୁଳି ବିନିମୟରେ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନାଁ ଯଥାର୍ଥ ସିଂହ ଓରଫ ୟଶ ଠାକୁର ଏବଂ ଆୟୁଷ ରାଓ୍ବତ ବୋଲି ଜଣା ପଡ଼ିଛି। ପୋଲିସ୍ କରିଥିବା ଫାୟାରିଂରେ ଆୟୁଷର ଗୋଡ଼ରେ ଗୁଳି ବାଜିଛି।

ପୋଲିସର କମିଶନରଙ୍କ କହିବା ଅନୁସାରେ ଯଥାର୍ଥ ସିଂହ ଲକ୍ଷ୍ନୌରେ ନିୟୋଜିତ ବରିଷ୍ଠ ପିସିଏସ୍ ଅଧିକାରୀ ନରେନ୍ଦ୍ର ସିଂହଙ୍କ ପୁଅ। ସେ ପୂର୍ବରୁ ମଧ୍ୟ ସୁପାରୀ ହତ୍ୟା,ଅପହରଣ ଏବଂ ଲୁଟ୍ ମାମଲାରେ ଜେଲ୍ ଯାଇସାରିଛି। ଅଭିଯୁକ୍ତଙ୍କ ପାଖରୁ ଲୁଟ ହୋଇଥିବା କାର୍,ମୋବାଇଲ୍ ଫୋନ୍,ବାଇକ୍ ଆଦି ଜବତ ହୋଇଛି।

ସୁଶାନ୍ତ ଗଲ୍ଫ ସିଟିରେ ରହୁଥିବା ଡା. ବିଜୟ କୁମାର ସିଂହ କେଜିଏମୟୁର ଏସପିଏମ ବିଭାଗରେ ଆସିଷ୍ଟାଣ୍ଟ ପ୍ରୋଫେସର ଭାବେ କାର୍ଯ୍ୟରତ। ତାଙ୍କ ଭାଇ ଚୌଧୁରୀଖେଡ଼ା ଅଞ୍ଚଳରେ ରୁହନ୍ତି। ଅପ୍ରେଲ୍ ୨୦ତାରିଖରେ ତାଙ୍କ ପରିବାରରେ ଛୋଟ ପିଲାର ଜନ୍ମଦିନ ଥିଲା। ସନ୍ଧ୍ୟାରେ ବିଜୟ ତାଙ୍କ ପତ୍ନୀ ଏବଂ ପିଲାଙ୍କୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏହି ସମୟରେ କାହାର କଲ୍ ଆସିବାରୁ ସେ ମୋବାଇଲରେ କଥା ହେଉ ହେଉ କିଛି ଦୂରରେ ତାଙ୍କ କାର୍ ନିକଟକୁ ଚାଲି ଯାଇଥିଲେ। ଠିକ୍ ସେତିକିବେଳେ ବାଇକରେ ଆସି ଦୁଇ ଦୁର୍ବୃତ୍ତ ତାଙ୍କୁ ଗୁଳି କରି କାର୍ ଏବଂ ମୋବାଇଲ୍ ଲୁଟ କରି ଫେରାର ହୋଇଯାଇଥିଲେ।

   Related Posts