Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଜେଇଇ ଆଡଭାନ୍ସରେ ସଫଳ ହେଲେ ଗରିବ ଚାଷୀଙ୍କ ପୁଅ, କହିଲେ- ଏମଏସ ଧୋନୀଙ୍କ ସଂଘର୍ଷ ତାଙ୍କୁ ପ୍ରେରଣା ଦେଇଛି

11/10/2020 at 6:11 PM

ନୂଆଦିଲ୍ଲୀ ୧୧।୧୦: ଜଣେ ଗରିବ ଚାଷୀ ଘରର ୧୮ ବର୍ଷୀୟ ପୁଅ ବିଜୟ ମକଓ୍ଵାନା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ)ଆଡଭାନ୍ସରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ଅଦୌଗିକି ସଂସ୍ଥାନ(ଆଇଆଇଟି)ରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅହମ୍ମଦାବାଦ ନିବାସୀ ବିଜୟଙ୍କ ବାପା ନବି ଅଖୋଲ ଜଣେ ଛୋଟ ଚାଷୀ। ଅନୁସୂଚିତ ଜାତି ବର୍ଗରେ ସର୍ବଭାରତୀୟ ସ୍ତରରେ ୧୮୪୯ ରାଙ୍କ ହାସଲ କରିଥିବା ବିଜୟ ଆଇଆଇଟି ଖଡଗପୁର କିମ୍ବା ରୁଡକିରୁ କମ୍ପ୍ୟୁଟର କିମ୍ବା ମେକାନିକାଲ ଇଞ୍ଜିନିୟରିଂ କରିବାକୁ ଇଚ୍ଛା ରଖିଛନ୍ତି। ମୁଁ ମାଷ୍ଟର୍ସ କରିବାକୁ ଚାହୁଁଛି ମାତ୍ର ବିଟେକ୍ ପୂରା କରିବା ପରେ ମୁଁ ନିଜ ପରିବାର ପାଇଁ ଚାକିରି କରିବାକୁ ଚାହିଁବି ବୋଲି ସେ କହିଛନ୍ତି।

ବିଜୟଙ୍କ ପରିବାରର ବାର୍ଷିକ ଆୟ ୫୦ ହଜାରରୁ କମ। ପାଠପଢା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ପରିବାରର ତିନି ପିଲାଙ୍କ ପାଠପଢା ପାଇଁ ଅର୍ଥ ଯୋଗାଡ କରିବା ବାପାଙ୍କ ପାଇଁ ସହଜ ନଥିଲା ବୋଲି ବିଜୟ କହିଛନ୍ତି। ହେଲେ ବାପା ବେଶ୍ ଭଲ ଭାବେ ଜାଣିଥିଲେ ଯେ ଗରିବିରୁ ମୁକ୍ତି ପାଇବାକୁ ହେଲେ ଶିକ୍ଷା ହିଁ ଏକମାତ୍ର ବିକଳ୍ପ। ସେ ଆଇଆଇଟିରେ ପ୍ରବେଶ ପାଇଁ ଏବଂ ନିଜ ସ୍ଵପ୍ନ ପୂରଣ ପାଇଁ କଠୋର ପରିଶ୍ରମ କରିଛନ୍ତି। ତାଙ୍କ ବଡ  ଭାଇ ଗୁଜରାଟ ସରକାରଙ୍କ ଛାତ୍ରବୃତ୍ତି ଜରିଆରେ ଅହମ୍ମଦାବାଦର ଇଣ୍ଡସ ବିଶ୍ଵ ବିଦ୍ୟାଳୟରୁ ଏମଟେକ୍ ପୂରା କରିଛନ୍ତି।

ବିଜୟଙ୍କ ପ୍ରାଥମିକ ଶିକ୍ଷାଠୁ ନେଇ ପୂରା ପାଠପଢା ଅହମ୍ମଦାବାଦ ସ୍ଥିତ ସଂଗଠନ ଭିସାମୋ କିଡ୍ସ ଫାଉଣ୍ଡେସନ ସହାୟତାରେ ପୂରା ହୋଇଥିଲା। ନିଜର ପ୍ରସ୍ତୁତି ବିଷୟରେ ବିଜୟ କହିଛନ୍ତି, ନିୟମିତ ଅଧ୍ୟୟନ ଓ କୋଚିଂ ସେଣ୍ଟରର କ୍ଲାସ ମୋତେ ବହୁତ ସହାୟକ ହୋଇଥିଲା। ପାଠ୍ୟକ୍ରମ ସାମଗ୍ରୀ ଓ ଅନଲାଇନ୍ ମକ୍ ଟେଷ୍ଟ ମୋତେ ପରୀକ୍ଷାରେ ସଫଳ ହେବାରେ ସାହାଯ୍ୟ କରିଛି।

ରାଜ୍ୟ ବୋର୍ଡ ଓ ଜେଇଇ ମେନ୍‌ରେ ବିଜୟଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ନଥିଲା। ମୁଁ ବୋର୍ଡ ପରୀକ୍ଷା ଓ ଏଣ୍ଟ୍ରାନ୍ସ ପ୍ରସ୍ତୁତି ମଧ୍ୟରେ ସମନ୍ଵୟ ରଖି ପାରିନଥିଲି। ମୋର ଧ୍ୟାନ ଜେଇଇ ମେନ୍ ଉପରେ ଥିଲା। ବିଜୟ ଗୁଜରାଟ ସେକେଣ୍ଡାରୀ ଏଜୁକେସନ ବୋର୍ଡ(ଜିଏସଇବି) ଦ୍ଵାଦଶ ପରୀକ୍ଷାରେ ୬୫ ପ୍ରତିଶତ ମାର୍କ ସହିତ କୃତକାର୍ଯ୍ୟ କରିଥିଲେ। ଜେଇଇ ମେନ୍‌ରେ ତାଙ୍କର ରାଙ୍କ ୯୪,୩୮୨ ରହିଥିଲା।

ବିଜୟ କ୍ରିକେଟ୍ ଖେଳିବାକୁ ଭଲ ପାଆନ୍ତି। ସେ କ୍ରିକେଟ୍‌ରେ ମହେନ୍ଦ୍ର ସିଂହ ଧୋନୀଙ୍କ ସଂଘର୍ଷ ଓ ସଫଳତାରେ ଅନୁପ୍ରାଣିତ ହୋଇଥିଲେ। କଠିନ ସମୟରେ ଧୋନୀଙ୍କ ଧୈର୍ଯ୍ୟ ଓ ସାମର୍ଥ୍ୟ ମୋତେ ପ୍ରେରିତ କରିଥିଲା। ଯେବେ ମୁଁ ଦ୍ଵାଦଶ ପରୀକ୍ଷା ଓ ଜେଇଇ ମେନ୍‌ରେ ଖରାପ କରିଥିଲି ସେହି ସମୟରେ ମୁଁ ଧୈର୍ଯ୍ୟ ହରାଇନଥିଲି। ମୁଁ ଜେଇଇ ଆଡଭାନ୍ସରେ ସଫଳ ହେବାକୁ କଠିନ ପରିଶ୍ରମ କରିଥିଲି ବୋଲି ବିଜୟ କହିଛନ୍ତି।

ବିଜୟ ନିଜ ଗାଁରେ ଗରିବ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଥରୁଟିଏ ମୁଁ ରୋଜଗାର ଆରମ୍ଭ କଲେ ଆର୍ଥିକ ଭାବେ ଦୁର୍ବଲ ପିଲାମାନଙ୍କୁ ସାହାଯ୍ୟ କରିବି। ଇଞ୍ଜିନିୟରିଂରେ ଭଲ ଶିକ୍ଷାନୁଷ୍ଠାନରେ ପଢିବାକୁ ଚାହୁଁଥିବା ପିଲାଙ୍କୁ ଗାଇଡ୍‌ କରିବି ବୋଲି ସେ କହିଛନ୍ତି।

   Related Posts