ବାପାର ଶବ ଛୁଇଁ ପାରିଲା ନାହିଁ ପୁଅ: ଭିଡିଓ ମାଧ୍ୟମରେ କରିଥିଲେ ଅନୁରୋଧ

Published By : Prameya-News7 Bureau | May 22, 2020 IST

­­­­­­­ନୀଳଗିରି୨୨/୫: ଶେଷରେ ବାପାଙ୍କ ଶବକୁ ଛୁଇଁ ପାରିଲା ନାହିଁ ପୁଅ। କରୋନା ଲକଡାଉନ୍‌ର କଟକଣା ଯୋଗୁଁ ବାପାଙ୍କୁ ଦେଖା କରି ପାରିଲା ନାହିଁ ପୁଅ।ସରକାରଙ୍କ ନିୟମ ଯୋଗୁଁ ଘରଠାରୁ ମାତ୍ର ୨ କିମି ଦୂରରେ ପୁଅ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। କ୍ୟାନସର ହସ୍ପିଟାଲରେ ଚାକିରି କରିଥିବା ପୁଅ ବାପାଙ୍କୁ ଦେଖା କରିବା ଲାଗି ବହୁ ଦୂରରୁ ଧାଇଁ ଆସିଥି​ଲେ।  କିନ୍ତୁ ଏପଟେ କ୍ୟାନସର ରୋଗରେ ଆକ୍ରାନ୍ତ ଥିବା ବାପା ଦୁନିଆ ଛାଡ଼ି ଚାଲିଗଲେ।

ପୁଅ କ୍ୟାନସର ରୋଗୀଙ୍କ ସେବା କରନ୍ତି। ହେଲେ କ୍ୟାନସର ରୋଗରେ ପୀଡ଼ିତା ବାପାଙ୍କୁ ଶେଷରେ ସମୟରେ ଦେଖି ପାରିଲେ ନାହିଁ ହତଭଗା ପୁଅ। ନୀଳଗିରି ଉପଖଣ୍ଡ ଅଧିନ ଔପଦାବ୍ଲକ ବାଉଁଶବଣିଆ ପଞ୍ଚୟତର ଗୁହାଳିଆ ଗ୍ରାମର ଅମୀର ବେହେରା ନାମକ ଯୁବକ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କ୍ୟାନସର ମେଡିକାଲରେ ଚାକିରୀ କରନ୍ତି। ତାଙ୍କ ବାପା କ୍ୟାସନର ରୋଗରେ ପୀଡ଼ିତ ଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଟିକେ ପରିବର୍ତ୍ତନ ଆସିଥିଲା।

ତେବେ ବାପାଙ୍କୁ ଦେଖିବା ଲାଗି କିଛିଦିନ ପୂର୍ବରୁ ନିଜ ଚେଷ୍ଟାରେ ଆସିଲେ ହେଲେ ସରକାରୀ କଟକଣା ଯୋଗୁଁ ବାପାଙ୍କୁ ଦେଖାକରି ପାରିଲେ ନାହିଁ। କ୍ବାରେଣ୍ଟାଇନ ସେଣ୍ଟରରେ ରହିଲେ। ପରବର୍ତ୍ତୀ ସମୟରେ ଭିଡିଓ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ଅନୁମତି ମାଗି ବି କୌଣସି ସୁଫଳ ମିଳିନଥିଲା।ଗତକାଲି ରାତିରେ ବାଲେଶ୍ଵର ମେଡିକାଲରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ସେ ତାଙ୍କ ଦେଖାକରିବାକୁ ଅନୁମତି ବହୁ ସମୟ ପରେ ମିଳିଲା ପୁଣି ଅପରାହ୍ନ ୫ଟାରେ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଫେରିବେ ବୋଲି ଯୁକ୍ତି ହୋଇଥିଲା।

ପୂର୍ବରୁ ଭିଡିଓ ମାଧ୍ୟମ​‌ରେ ଅନୁରୋଧ କରିଥିଲେ....

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.