Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସହିଦଙ୍କ ଅପେକ୍ଷାରେ ଜନ୍ମ ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

18/06/2020 at 7:32 PM

ବାଲିଗୁଡ଼ା୧୮/୬: ଚାଇନା-ଭାରତ  ସୀମା ଲଦାକରେ  ଭାରତୀୟ  ଯବାନଙ୍କ  ମଧ୍ୟରୁ  କନ୍ଧମାଳର   ଜଣେ  ଯବାନ  ସହିଦ  ଶେଷ ସମ୍ମାନ ପାଇଁ  ଗାଁରେ  ବ୍ୟାପକ  ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର  ସହ ହେବ  ଶେଷକୃତ  ସମ୍ପନ୍ନ  ଶେଷ  ଦର୍ଶନ ପାଇଁ  ଅପେକ୍ଷାରେ  ଗ୍ରାମବାସୀ। ଗତ  ୧୫ ତାରିଖ  ରାତିରେ ଚାଇନା – ଭାରତ ସୀମା ଲଦାଖରେ ହୋଇଥିବା  ସଂଘର୍ଷରେ ୨୦ ଜଣ ଭାରତୀୟ ସହିଦଙ୍କ ମଧ୍ୟରୁ  ଜଣେ ସହିଦ ଯବାନଙ୍କ ଘର  କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପଙ୍ଗା।

୩୨ ବର୍ଷୀୟା ସହିଦ ଯବାନ ଚନ୍ଦ୍ରକାନ୍ତ  ପ୍ରଧାନ  ଗତ  ୬ ବର୍ଷ ତଳେ  ସେନାରେ ଭର୍ତ୍ତି  ହୋଇ ବିହାର ରେଜିମେଣ୍ଟରେ ସୈନିକ ଭାବେ କାମ କରୁ ଥିଲେ l ଦେଶ ପାଇଁ ସହିଦ ଯବାନ କନ୍ଧମାଳ ଜ଼ିଲ୍ଲାରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଘରର  ଏକ ମାତ୍ର ରୋଜଗାରିଆ ଥିଲେ ଓ ସେ ଅବିବାହିତ ଥିଲେ  ବାପା  କରୁଣାକର  ପ୍ରଧାନ  ମାଆ ବିଳାସିନୀ ପ୍ରଧାନ ସାନ ଭାଇ  ନବ କିଶୋର ସମେତ  ଅବିବାହିତ  ଭଉଣୀ  ଦୁଃଖରେ  ଭାଙ୍ଗି ପଡିଛନ୍ତି। ବୀର ସହିଦ ଯବାନ ଦେଶ ମାତୃକା ପାଇଁ କାମ କରି  ସହିଦ ହୋଇ ନିଜ  ଜୀବନକୁ  ଉତ୍ସର୍ଗ କରି ଗାଁ ଜ଼ିଲ୍ଲା ତଥା ଓଡିଶା କାହିଁକି ଭାରତ ପାଇଁ ଗର୍ବ ଓ  ଗୌରବ  ଆଣିଦେଇଛନ୍ତି  ବୋଲି  ସାନ ଭାଇ  ନବ କିଶୋର କହିଛନ୍ତି।

 ଗାଁରେ  ସହିଦଙ୍କ ପାର୍ଥବ  ଶରୀର ୧୮ ତାରିଖରେ  ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ଶେଷକୃତ  ସମ୍ପନ୍ନ ହେବ ବୋଲି  ଜ଼ିଲ୍ଲା ପ୍ରଶାସନ  ସୂଚନା ଦେଇଛି।  ଗ୍ରାମବାସୀ ଓ  ପରିବାର ଲୋକେ  ସହିଦ ଯବାନଙ୍କ  ପାର୍ଥବ  ଶରୀର ଦେଖିବାକୁ  ଅନାଇ ବସିଛନ୍ତି କିନ୍ତୁ ଏ  ଯାଏଁ  ପହଞ୍ଚି ପାରିନି ସହିଦଙ୍କ ପାର୍ଥବ ଶରୀର ସହିଦଙ୍କ  ଶେଷ ଦର୍ଶନ ଓ  ଶ୍ରଦ୍ଧାଞ୍ଜଳି ଦେବାକୁ  ଆତ୍ମୀୟ ସ୍ଵଜନଙ୍କ ଠାରୁ  ଆରମ୍ଭକରି  ବିଭିନ୍ନ ରାଜନୀତି ଦଳର ବ୍ୟକ୍ତି ବିଶେଷଙ୍କ  ସୁଅ ଛୁଟୁଛି l ଖ୍ରୀଷ୍ଟିୟ  ଧର୍ମର  ରୀତିନୀତି  ଅନୁସାରେ ଶେଷକୃତ୍ୟ ପାଇଁ ଗାଁ ମଶାଣିରେ  କବର  ପ୍ରସ୍ତୁତ କରାଯାଇଛି l ପାଗ ଖରାପ ଥିବାରୁ  ଓ  ପ୍ରତିରକ୍ଷା ବିଭାଗର  ପ୍ରୋଟକଲ  ଅନୁଯାଇ ବିଭିନ୍ନ ସ୍ଥାନରେ  ସହିଦଙ୍କୁ  ରଖାଯାଉଛି ତେଣୁ  ସହିଦଙ୍କ  ପାର୍ଥବ ଶରୀର ପହଂଚିବାରେ  ବିଳମ୍ବ ହେଉଛି l

କରୋନା ଯୋଗୁ ସାମାଜିକ ଦୂରତା ରକ୍ଷାକରି  ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ବାଲିଗୁଡା ଉପ ଜ଼ିଲ୍ଲାପାଳ  ଦେବେନ୍ଦ୍ର କୁମାର ନନ୍ଦ କହିଛନ୍ତି l କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବି ଜେ  ପିର  ଏକ ପ୍ରତିନିଧି ଦଳ ପହଂଚି ଶୋକ ସନ୍ତପ ପରିବାର ବର୍ଗଙ୍କୁ  ସମବେଦନା ଜଣାଇଛନ୍ତି  l ସହିଦ ଚନ୍ଦ୍ରକାନ୍ତଙ୍କ  ପାର୍ଥବ  ଶରୀର ପହଂଚିଲେ  ରାଇକିଆ ପାଙ୍ଗନାଜୁ ସ୍ଥିତ ମାଳାଞ୍ଚଳ  ଛାତ୍ରାବାସ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ  ସର୍ବ ସାଧାରଣ ଦର୍ଶନ ନିମନ୍ତେ ରଖିବା ପାଇଁ  ବ୍ୟାପକ  ପ୍ରସ୍ତୁତି ଚାଲିଛି l ବାପା ଦେଶ ପାଇଁ ବଳିଦାନ ଦେଇଛନ୍ତି, ଆଉ ଭାରତ ସରକାର ଏହାର ପ୍ରତିଶୋଧ ନିଅନ୍ତୁ ବୋଲି ଦାବି କରିଛି ସହିଦ ନନ୍ଦୁରାମ ସୋରେନଙ୍କ କୁନି ଝିଅ । ସୁବେଦାର ନନ୍ଦୁରାମ ସୋରନେ ସହିଦ ହୋଇଛନ୍ତି, ଫୋନରେ ଏହି ଖବର ଶୁଣିବା ପରେ ପରିବାର ଉପରେ ବଜ୍ର ଖସି ପଡିଛି । ମୟୂରଭଂଜ ବିଜାତଳା ଗାଁରେ ଖେଳି ଯାଇଛି ଶୋକାକୂଳ ପରିବେଶ ।

   Related Posts