ନାଗକୁ ଗିଳିଲା ନାଗ ସାପ

Published By : Prameya-News7 Bureau | June 26, 2021 IST

ବାଲିପାଟଣା ୨୬।୦୬: ନାଗ ସାପ ଗିଳିଲା ନାଗ ସାପକୁ ।  ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଯଶୁଆପୁର ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା । ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଅନ୍ୟ ଏକ ନାଗ ସାପକୁ ଗିଳି ଦେଇଥିଲା । ଖବର ପାଇ ସ୍ନେକ୍ ହେଲ୍‌ପ ଲାଇନ ର ସଦସ୍ୟ ବିରଞ୍ଚି ଆଚାର୍ଯ୍ୟ ପହଁଞ୍ଚି ସାପକୁ ଉଦ୍ଧାର କରିଥିଲେ । ନାଗ ସାପଟି ଗିଳିଥିବା ଅନ୍ୟ ନାଗକୁ ପେଟରୁ ବାହାର କରିଥିଲା । ସେତେ ବେଳକୁ ସାପଟିର ମୃତ୍ୟୁ ହୋଇଥିଲା । ୪ ଫୁଟର ନାଗ ସାପକୁ ବିରଞ୍ଚି ନଦୀ ପଠା ଥିବା ଜଙ୍ଗଲ ଅଂଚଳରେ  ଛାଡ଼ିଥିଲେ ।

{"id":471893,"sizeSlug":"large","linkDestination":"none"}

ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ,ଗୋଟିଏ ପ୍ରଜାତିର ଏକ ପ୍ରାଣୀ ନିଜ ପ୍ରଜାତିର ଅନ୍ୟ ଏକ ପ୍ରାଣୀକୁ ଖାଇବା ବ୍ୟବହାରକୁ କାନିବାଲିଜିମ କୁହାଯାଏ । ଅନେକ ସାପଙ୍କ କ୍ଷେତ୍ରରେ ଏହି କାନିବାଲିଜିମ ଦେଖାଯାଇଥାଏ ଏବଂ ନାଗ ସାପ ମାନଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.