୩୦ ମିନିଟ୍ ଧରି ଚାଲିଲା ସାପ ନେଉଳ ଲଢେଇ, ଶେଷରେ… ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 14, 2020 IST

ବାଲିପାଟଣା ୧୪।୧୧: ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ମହୁ ଖଣ୍ଡା ଗ୍ରାମରେ ସାପ ଏବଂ ନେଉଳ ମଧ୍ୟରେ ଜୋରଦାର୍ ଲଢେଇ ହୋଇଛି । ୩୦ ମିନିଟ୍ର ଲଢେଇରେ ସାପଟିର ମୃତ୍ୟୁ ଘଟିଛି। ବାଲିଅନ୍ତା ବ୍ଳକ ମହୁଖଣ୍ଡା ଗ୍ରାମର ଆଦିତ୍ୟ ପ୍ରସାଦ ସିଂସାମନ୍ତଙ୍କ ଦୁଆରେ ଏକ ନାଗସାପ ବୁଲୁଥିବାର ଦେଖି ପାଖରେ ଥିବା ନେଉଳ ନାଗସାପକୁ ଆକ୍ରମଣ କରିଥିଲା । ଦୁହିଁଙ୍କ ମଧ୍ୟରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଜୋରଦାର ଲଢେଇ ଚାଲିଥିଲା । କେହି କାହାକୁ ଛାଡିବାକୁ ନାରାଜ ଥିଲେ । ନାଗସାପ ଫଣା ଟେକି ନେଉଳକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା । ନେଉଳ ବି ନିଜ ଶରୀରକୁ ଫୁଲାଇ ଭୟଙ୍କର ଭାବେ ସାପକୁ ଆକ୍ରମଣ କରୁଥିଲା । ଶେଷରେ ନାଗ ସାପଟିକୁ ନେଉଳ ମାରିଦେଇଥିଲା । ଏହି ସାପ ନେଉଳ ଲଢେଇ ଦେଖିବାକୁ ଗ୍ରାମର ଅନେକ ଲୋକଙ୍କ ଭିଡ ଲାଗିଥିଲା । ଏହି ଲଢେଇ ଲୋକଙ୍କୁ ବେଶ ରୋମାଞ୍ଚିତ କରିଥିଲା।

wp:core-embed/youtube {"url":"https://www.youtube.com/embed/NhqqFd9CRtA","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/NhqqFd9CRtA
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.